ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଏବଂ ତାଙ୍କ କ୍ୟାବିନେଟର ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି
ବିଧାନସଭା ଗୃହରେ ଆସ୍ଥା ଭୋଟ୍ ପାଇବା ପୂର୍ବରୁ ନାରାୟଣସ୍ୱାମୀ ରାଜ୍ୟପାଳ ଭବନକୁ ଯାଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲିସାଇ ସୌନ୍ଦରରଞ୍ଜନଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ ।
ପୁଡୁଚେରୀ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମନ୍ତ୍ରୀ ପରିଷଦ ସହିତ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ବିଧାନସଭା ଗୃହରେ ଆସ୍ଥା ଭୋଟ୍ ପାଇବା ପୂର୍ବରୁ ନାରାୟଣସ୍ୱାମୀ ରାଜ୍ୟପାଳ ଭବନକୁ ଯାଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲିସାଇ ସୌନ୍ଦରରଞ୍ଜନଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ ।

ଏହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହି ଚିଠିକୁ ରାଷ୍ଟ୍ରପତିଙ୍କ ନିକଟକୁ ମେଲ ମାଧ୍ୟମରେ ପଠାଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ହୋଇଛି । ନାରାୟଣସାମୀ ତାଙ୍କ କ୍ୟାବିନେଟର ମନ୍ତ୍ରୀ ଆର କମଲକାନନ, MOHF ଶାହା ଜାହାନ ଏବଂ ଏମ କାନ୍ଦାସାମିଙ୍କ ସହ କଂଗ୍ରେସ ଏବଂ ଡିଏମକେର ବିଧାୟକ ତଥା ସ୍ୱାଧୀନ ସଦସ୍ୟଙ୍କ ସହ ରାଜ ନିବାସରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଡକାଇ ଚିଠି ହସ୍ତାନ୍ତର କରିଛିଲେ । ସଂସଦର ଏକମାତ୍ର ସଦସ୍ୟ (ଲୋକସଭା) ଭି ବୈଥିଲିଙ୍ଗମ୍ ଏବଂ ପିସିସି ନେତା ଏ ଭି ସୁବ୍ରମଣ୍ୟନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିଲେ ।












Click it and Unblock the Notifications