ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମର୍ଥକଙ୍କ ଦାବି, ଭୁପେଶଙ୍କ କାରକୁ ଅଟକାଇ କଲେ ନାରାବାଜି
ସମର୍ଥକମାନେ ଶୁକ୍ରବାର ସିମଲାର ଓବରୋଇ ସେସିଲ ହୋଟେଲ ବାହାରେ ଏକତ୍ରିତ ହୋଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କନଭେନକୁ ଅଟକାଇବା ସହ ସ୍ଲୋଗାନ ଦେଇ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ ।
ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରି ସରକାର ଗଠନ କରିବାକୁ ପ୍ରସ୍ତୁତି ଚଳାଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦରେ ରହିଛି ଦଳ । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇନାହିଁ । ଏ ସମ୍ପର୍କରେ ଆଜି ସିମଲାରେ ନିର୍ବାଚିତ ବିଧାୟକଙ୍କ ବୈଠକ ଡକାଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ତଥା ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ଅଂଶଗ୍ରହଣ କରିବେ ।

ଗଣମାଧ୍ୟମ ରିପୋର୍ଟ ଅନଯାୟୀ, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ତଥା କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ପ୍ରତିଭା ସିଂହଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛି । କିନ୍ତୁ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ରାଜି ନଥିବା ବୋଲି ମଧ୍ୟ ଦାବି କରାଯାଉଛି । କିନ୍ତୁ ପ୍ରତିଭା ସିଂହଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜିଦ୍ ଧରିଛନ୍ତି । ସମର୍ଥକମାନେ ଶୁକ୍ରବାର ସିମଲାର ଓବରୋଇ ସେସିଲ ହୋଟେଲ ବାହାରେ ଏକତ୍ରିତ ହୋଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କନଭେନକୁ ଅଟକାଇବା ସହ ସ୍ଲୋଗାନ ଦେଇ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ ।
#WATCH | Himachal Pradesh: State Congress chief Pratibha Singh's supporters gathered outside Oberoi Cecil hotel in Shimla showcasing their support to her while stopping Chhattisgarh CM Bhupesh Baghel's carcade. pic.twitter.com/jzGV2MmUud
— ANI (@ANI) December 9, 2022
ଏହା ପୂର୍ବରୁ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ବୋଲି କହିଆସୁଛନ୍ତି । ଏକ ସାକ୍ଷାତକାରରେ ପ୍ରତିଭା ସିଂହ କହିଛନ୍ତି ଯେ ଏହି ନିର୍ବାଚନ ତାଙ୍କ ସ୍ୱାମୀଙ୍କ ନାମରେ ଲଢା ହୋଇଛି ଯାହାକୁ ଦଳ ଜିତିଛି । ଏପରି ପରିସ୍ଥିତିରେ, ତାଙ୍କର ଉତ୍ତରାଧିକାରୀକୁ ଅଣଦେଖା କରିବା ଭୁଲ ହେବ । ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପ୍ରତିଭା ସିଂହ କହିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟକୁ ନେତୃତ୍ୱ ନେଇପାରିବି କାରଣ ସୋନିଆ ଜୀ ଏବଂ ହାଇକମାଣ୍ଡ ନିର୍ବାଚନ ପୂର୍ବରୁ ଦଳର ନେତୃତ୍ୱ ନେବାକୁ ମୋତେ ଦାୟିତ୍ୱ ଦେଇଥିଲେ ।
ଏହା ବ୍ୟତୀତ ଅନ୍ୟ ତିନିଜଣ ନାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି । ସେମାନେ ହେଉଛନ୍ତି ପୂର୍ବତନ ରାଜ୍ୟ ସଭାପତି ସୁଖବିନ୍ଦର ସିଂ ସୁଖୁ, ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ଚୌହାନ । କଂଗ୍ରେସର ବରିଷ୍ଠ ନେତାମାନେ ଅପରାହ୍ନ 3 ଟାରେ ସିମଲାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପଦ ବିଷୟରେ ଆଲୋଚନା କରିବେ ।












Click it and Unblock the Notifications