Get Updates
Get notified of breaking news, exclusive insights, and must-see stories!

ତିନି ହଜାର କିଲୋମିଟର ପଦଯାତ୍ରା କରିବେ ପ୍ରଶାନ୍ତ କିଶୋର, ନୂଆ ଦଳ ଗଠନ ନେଇ ରଖିଲେ ଏପରି ମନ୍ତବ୍ୟ

ବିହାରରେ ତିନି ହଜାର କିଲୋମିଟର ପଦାଯାତ୍ରା ନେଇ ଘୋଷଣା କରିଛନ୍ତି । ଅକ୍ଟୋବର ୨ ରେ ପଶ୍ଚିମ ଚମ୍ପାରନର ଗାନ୍ଧୀ ଆଶ୍ରମରୁ ଏହି ଯାତ୍ରା ଆରମ୍ଭ ହେବ । ଆସନ୍ତା ୩-୪ ମାସ ମଧ୍ୟରେ ସେ ୧୮ ହଜାର ଲୋକଙ୍କୁ ଭେଟିବେ ।

ପାଟନା : କଂଗ୍ରେସ ଦଳରେ ସାମିଲ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବର୍ତ୍ତମାନ ବିହାର ରାଜନୀତିରେ ପରିବର୍ତ୍ତନ ଚାହୁଁଛନ୍ତି । ଏନେଇ ସେ ବିହାରରେ ତିନି ହଜାର କିଲୋମିଟର ପଦାଯାତ୍ରା ନେଇ ଘୋଷଣା କରିଛନ୍ତି । ଅକ୍ଟୋବର ୨ ରେ ପଶ୍ଚିମ ଚମ୍ପାରନର ଗାନ୍ଧୀ ଆଶ୍ରମରୁ ଏହି ଯାତ୍ରା ଆରମ୍ଭ ହେବ । ଆସନ୍ତା ୩-୪ ମାସ ମଧ୍ୟରେ ସେ ୧୮ ହଜାର ଲୋକଙ୍କୁ ଭେଟିବେ, ଯାହା ଦ୍ୱାରା ବିହାରକୁ ବିକାଶ ଦିଗରେ ଆଗେଇ ନେବାକୁ ନୂଆ ଚିନ୍ତଧାରା ମାନ ମିଳିପାରିବ ବୋଲି କହିଛନ୍ତି ପ୍ରଶାନ୍ତ ।

prashant Kishor

ପ୍ରଶାନ୍ତ କହିଛନ୍ତି ଯେ ମୋର ଲକ୍ଷ୍ୟ ହେଉଛି ମୁଁ ବିହାର ସହିତ ଜଡିତ ଥିବା ଲୋକଙ୍କ ସହ ଯୋଗାଯୋଗ କରିବି ଯେଉଁମାନେ ବିହାରର ଉନ୍ନତି ପାଇଁ ଚିନ୍ତା କରନ୍ତି । ମୁଁ ଏବଂ ମୋର ସହକର୍ମୀମାନେ ୩-୪ ମାସ ମଧ୍ୟରେ ପ୍ରାୟ ୧୬ ହଜାର ଲୋକଙ୍କୁ ଚିହ୍ନଟ କରିଛନ୍ତି । ଏହି ଲୋକଙ୍କ ସହିତ ମୁଁ ବିହାରକୁ ଆଗକୁ ନେବା ବିଷୟରେ ଆଲୋଚନା କରିବି । ଗତ ତିନି ଦିନର ଅଭିଜ୍ଞତା ଉପରେ ଆଧାର କରି ମୁଁ କହିପାରେ ଯେ ପ୍ରାୟ ୯୦ ପ୍ରତିଶତ ଲୋକ ବିହାରକୁ ଏକ ନୂଆ ରୂପ ଦେବା ପାଇଁ ଇଛୁକ ।

ଆବଶ୍ୟକ ହେଲେ ନୂଆ ଦଳ ଗଠନ କରିବେ ବୋଲି କହିଛନ୍ତି ପ୍ରଶାନ୍ତ । କିନ୍ତୁ ପ୍ରଥମେ ଅଗଷ୍ଟ-ସେପ୍ଟେମ୍ବର ମାସ ସୁଦ୍ଧା ଲୋକଙ୍କୁ ଭେଟିବା ପରେ ଏନେଇ ଯାହା ନିଷ୍ପତ୍ତି ନିଆଯିବ । ଯଦି ଲୋକ ମାନେ ଚାହିଁବେ ତେବେ ଦଳ ଗଠନ ହେବ । କିନ୍ତୁ ଏହା ପ୍ରଶାନ୍ତ କିଶୋରର ଦଳ ହେବ ନାହିଁ... ଏହା ହେବ ଲୋକଙ୍କ ଦଳ । ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ଅକ୍ଟୋବର ୨ ରେ ଗାନ୍ଧୀ ଆଶ୍ରମରୁ ଏହି ଯାତ୍ରା ଆରମ୍ଭ କରିବେ ।

ଏହି ପଦକ୍ଷେପ ବିଷୟରେ ସୂଚନା ଦେଇ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଲାଲୁ ଏବଂ ନୀତୀଶଙ୍କ ୩୦ ବର୍ଷର ଶାସନ ପରେ ବିହାର ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ । ବିକାଶର ଅନେକ ପାରାମିଟର ଉପରେ ଦେଶର ସର୍ବନିମ୍ନ ସ୍ତରରେ ରହିଛି ଏହି ରାଜ୍ୟ । ଯଦି ବିହାର ଆଗାମୀ ଦିନରେ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ଚାହୁଁଛି, ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକତା ରହିଛି ।

ଜାଣି ରଖନ୍ତୁ ପ୍ରଶାନ୍ତ କିଶୋର ବିଜେପି, କଂଗ୍ରେସ, ଟିଏମସି ସମେତ ଅନେକ ଦଳ ସହ ପୂର୍ବରୁ କାମ କରିସାରିଛନ୍ତି। ୨୦୨୧ ମସିହାରେ ମମତା ବାନାର୍ଜୀଙ୍କୁ କ୍ଷମତାକୁ ଆଣିବାରେ ପି.କେ ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+