ପୁଣି ଏକାଠି କାମ କରିବେ କି ରାହୁଲ ପ୍ରଶାନ୍ତ ? ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ପହଞ୍ଚିଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଦିନ ତାଙ୍କ ବାସଭବନରେ ଭେଟିବାକୁ ପହଞ୍ଚିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଏହି ବୈଠକ ପରେ କ୍ଷମତାର କରିଡରରେ ଆଲୋଚନା ଜୋର୍ ଧରିଛି ।
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଦିନ ତାଙ୍କ ବାସଭବନରେ ଭେଟିବାକୁ ପହଞ୍ଚିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଏହି ବୈଠକ ପରେ କ୍ଷମତାର କରିଡରରେ ଆଲୋଚନା ଜୋର୍ ଧରିଛି । ରାହୁଲ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋର ଗତ 2017 ୟୁପି ବିଧାନସଭା ନିର୍ବାଚନ ସମୟରେ ଏକାଠି କାମ କରିଥିଲେ, ଯଦିଓ ଏହି ନିର୍ବାଚନରେ କଂଗ୍ରେସ ଦଳ ଏକ ପରାଜୟର ସମ୍ମୁଖୀନ ହୋଇଥିଲା । ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ପ୍ରଶାନ୍ତ କିଶୋର ଗତ ମାସରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ । ଯାହା ପରେ ଥାର୍ଡ ଫ୍ରଣ୍ଟର ଖବର ସାମ୍ନାକୁ ଆସିବାକୁ ଲାଗିଲା ।

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସମୟରେ ରାହୁଲ ଓ ପ୍ରଶାନ୍ତଙ୍କ ବୈଠକ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ । ଚଳିତ ବର୍ଷ ବଙ୍ଗଳା ନିର୍ବାଚନରେ ମମତା ବାନାର୍ଜୀଙ୍କ ସରକାରକୁ ଆଉ ଏକ ସୁଯୋଗ ଦେବା ପଛରେ ପ୍ରଶାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକୁ ଆଗାମୀ ବିଧାନସଭା ନିର୍ବାଚନ ସହ ଯୋଡ଼ିଛନ୍ତି ରାଜନୀତିକ ବିଶେଷଜ୍ଞ ।
ରାହୁଲଙ୍କ ବାସଭବନରେ ପ୍ରିୟଙ୍କା ଗାନ୍ଧୀ ଏବଂ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଅଛନ୍ତି । ପଞ୍ଜାବ କଂଗ୍ରେସର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ପ୍ରଶାନ୍ତ କିଶୋରଙ୍କ ଉପରେ ରହିଛି । ଏଭଳି ପରିସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ବୈଠକ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଆସନ୍ତା ବର୍ଷ ନିର୍ବାଚନ ସହ ଜଡିତ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ପ୍ରକାଶ କରାଯାଇ ନାହିଁ ।












Click it and Unblock the Notifications