Get Updates
Get notified of breaking news, exclusive insights, and must-see stories!

ସୋନିଆଙ୍କ ସାମ୍ନାରେ 2024 ପାଇଁ ରୋଡମ୍ୟାପ୍ ରଖିଛନ୍ତି ପ୍ରଶାନ୍ତ କିଶୋର, ଜାଣନ୍ତୁ ପରଦା ପଛର ସମ୍ପୂର୍ଣ୍ଣ ରଣନୀତି

ଆଗାମୀ ଦିନରେ ଏହିପରି ଆଉ ଦୁଇଟି ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ଭେନୁଗୋପାଲ କହିଥିଲେ ଯେ କିଶୋର 2024 ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ସହିତ ବିସ୍ତୃତ ଉପସ୍ଥାପନା କରିଛନ୍ତି ।

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଚାରି ଦିନ ମଧ୍ୟରେ ସୋନିଆ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ସାକ୍ଷାତ । ପ୍ରଥମ ବୈଠକ 16 ଅପ୍ରେଲରେ ହୋଇଥିବାବେଳେ ଦ୍ୱିତୀୟ ସଭା 18 ଅପ୍ରେଲରେ ଅନୁଷ୍ଠିତ ହୋଇଥିଲା । ସୋନିଆ ଗାନ୍ଧୀଙ୍କ 10 ଜନପଥ ବାସଭବନରେ ଆୟୋଜିତ ବୈଠକରେ କମଲ ନାଥ, ଦିଗବିଜୟ ସିଂହ, ମୁକୁଲ ୱାସନିକ, କେସି ଭେନୁଗୋପାଲ, ଜୟରାମ ରମେଶ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି ଏବଂ ରଣଦୀପ ସୁରଜେୱାଲାଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ ।

prashant kishor

ସୂଚନାନୁସାରେ, ଆଗାମୀ ଦିନରେ ଏହିପରି ଆଉ ଦୁଇଟି ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ଭେନୁଗୋପାଲ କହିଥିଲେ ଯେ କିଶୋର 2024 ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ସହିତ ବିସ୍ତୃତ ଉପସ୍ଥାପନା କରିଛନ୍ତି । ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ କଂଗ୍ରେସ ଦଳରେ କିଶୋରଙ୍କ ଭୂମିକା ବିଷୟରେ ସୂଚନା ଏକ ସପ୍ତାହ ମଧ୍ୟରେ ଜଣା ପଡିବ । ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ପୃଷ୍ଠଭୂମିକୁ ନେଇ ଏହି ସଭାଗୁଡ଼ିକ ମଧ୍ୟ ଅନୁଷ୍ଠିତ ହେଉଛି ।

ପ୍ରଶାନ୍ତଙ୍କ ଉପସ୍ଥାପନାର ବିଶେଷତ୍ୱ

ମିଳିଥିବା ସୂଚନା ଅନୁସାରେ, କିଶୋର ତାଙ୍କ ଉପସ୍ଥାପନାରେ ଉତ୍ତରପ୍ରଦେଶ, ବିହାର ଏବଂ ଓଡିଶାରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ । ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଗଠବନ୍ଧନ କରିବା ଉଚିତ ନେଇ ରାହୁଲ ଗାନ୍ଧୀ ସହମତ ଅଛନ୍ତି । 2024 ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ 370 ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି କିଶୋର କହିଛନ୍ତି । ପାର୍ଟି ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରାଯାଇଥିଲା ।

ଆସନ୍ତା ଦେଢ ବର୍ଷ ମଧ୍ୟରେ ଦେଶର 6 ଟି ବଡ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଚଳିତ ବର୍ଷ ଶେଷରେ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ନିର୍ବାଚନ ହେଉଛି । ଏହା ପରେ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଛତିଶଗଡରେ ନିର୍ବାଚନ ହେବ । ଏଥି ମଧ୍ୟରୁ ଦୁଇଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି । ହତରୁ ଖସୁଥିବା ଆସନ ବଞ୍ଚାଇବା ପାଇଁ କଂଗ୍ରେସ ନିରନ୍ତର ସଂଘର୍ଷ କରୁଛି । ଗୋଟିଏ ପଟେ ଏହି ଦୁଇ ରାଜ୍ୟରେ କ୍ଷମତା ବଜାୟ ରଖିବା ନେଇ ଦଳ ନିକଟରେ ଏକ ଆହ୍ୱାନ ଥିବା ବେଳେ ଅନ୍ୟ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ସଂଘର୍ଷ କରୁଛି । ଏଭଳି ପରିସ୍ଥିତିରେ ଆସନ୍ତା ନିର୍ବାଚନ ପାଇଁ ଦଳକୁ ଏକ ଦୃଢ ରଣନୀତି ଆବଶ୍ୟକ ରହିଛି ।

prashant kishor- sonia gandhi

ପ୍ରଶାନ୍ତ କିଶୋର ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସାକ୍ଷାତ ଚାଲିଆସୁଛି । କିନ୍ତୁ ପ୍ରତ୍ୟେକ ଥର ପାର୍ଟିରେ ଏଣ୍ଟ୍ରି କରିବା କିଶୋରଙ୍କ ପାଇଁ କଷ୍ଟକର ହୋଇପଡୁଛି । କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କୁ କେଉଁ ଦାୟିତ୍ୱ ଦିଆଯିବା ଉଚିତ ସେନେଇ ଦଳରେ ନିରନ୍ତର ଚର୍ଚ୍ଚା ଚାଲିଛି । ତାଙ୍କୁ ଜଣେ ପରାମର୍ଶଦାତା ଭାବରେ ଅନ୍ତର୍ଭୁକ୍ତ କରାଯିବା ଉଚିତ କିମ୍ବା କିଛି ପଦବୀ ଦେଇ ନେତା ହେବା ଉଚିତ୍ ସେ ନେଇ ଆଲୋଚନା ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ଅଧିକାଂଶ ନେତା ଚାହୁଁଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ଉପଦେଷ୍ଟା ଭାବେ ନେବା ଅପେକ୍ଷା ଜଣେ ନେତା ଭାବରେ ଅନ୍ତର୍ଭୁକ୍ତ କରାଯାଉ ।

ପ୍ରଶାନ୍ତଙ୍କୁ କାହିଁକି ଚାହୁଁଛି କଂଗ୍ରେସ

ସାରା ଦେଶରେ କଂଗ୍ରେସ ଦଳ ଧୀରେ ଧୀରେ ନିଜର ସମର୍ଥନ ଆଧାର ହରାଉଛି । କିନ୍ତୁ ଏହା ସତ୍ତ୍ୱେ କଂଗ୍ରେସ ପାଖରେ 12 କୋଟି ଭୋଟ୍ ରହିଛି । କଂଗ୍ରେସ ପୁନର୍ଜୀବିତ କରାଯାଇପାରିବ ବୋଲି ପ୍ରଶାନ୍ତ କିଶୋର ଜାଣିଛନ୍ତି । ପ୍ରଶାନ୍ତ କିଶୋର ଜେଡିୟୁ, ଟିଏମସି, ଜଗନ୍ ରେଡ୍ଡୀଙ୍କ ଦଳ ସମେତ ଅନ୍ୟ କେତେକ ପାର୍ଟି ପାଇଁ କାମ କରିସାରିଛନ୍ତି, କିନ୍ତୁ ଏସବୁ ଦଳରେ ପ୍ରଶାନ୍ତ ନିଜର ରୋଲ କୁ ଖୋଜିପାରିନାହାଁନ୍ତି । ଏଭଳି ପରିସ୍ଥିତିରେ ସେ କଂଗ୍ରେସ ଦଳକୁ ଏକମାତ୍ର ଦଳ ଭାବରେ ଦେଖନ୍ତି ଯେଉଁଥିରେ ସେ ତାଙ୍କ ସମ୍ଭାବନାକୁ ଅନୁସନ୍ଧାନ କରୁଛନ୍ତି ।

ପ୍ରଶାନ୍ତଙ୍କ ଏଣ୍ଟ୍ରିରେ କଂଗ୍ରେସର ଫାଇଦା

ଏଥି ସହିତ କ୍ରମାଗତ ପରାଜୟ ହେତୁ କଂଗ୍ରେସରେ ଅନେକ ନିରାଶା ରହିଛି । ଏଭଳି ପରିସ୍ଥିତିରେ ଆସନ୍ତା ନିର୍ବାଚନରେ ପ୍ରଶାନ୍ତ କଂଗ୍ରେସରେ ଯୋଗଦେବାର ପ୍ରଭାବ ଏବଂ ଯଦି ଦଳ କିଛି ଆସନ ଜିତିବାରେ ସଫଳ ହୁଏ, ତା'ହେଲେ ଏହାର କର୍ମୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ବର୍ତ୍ତମାନ ରାଜନୀତିରେ କଂଗ୍ରେସ ଏକ ମନ୍ଥର ଦଳ । ଏହା ସବୁବେଳେ ନିର୍ବାଚନ ମୋଡରେ ଥିବା ଏକ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏହି ସମୟରେ କଂଗ୍ରେସ ନେତୃତ୍ୱ ଆଶା କରିବେ ଯେ ଦଳରେ ଯୋଗଦେବା ପରେ ପ୍ରଶାନ୍ତ କିଶୋର କଂଗ୍ରେସର ଏହି ମନ୍ଥରତାକୁ ଦୂର କରିପାରିବେ । ପାର୍ଟିକୁ ସବୁବେଳେ ସକ୍ରିୟ ରଖିବା ପାଇଁ ପ୍ରଶାନ୍ତ କିଶୋର ପାର୍ଟିକୁ ଏକ ବ୍ଲୁ ପ୍ରିଣ୍ଟ ଦେଇପାରିବେ ବୋଲି ଦଳ ବିଶ୍ୱାସ କରୁଛି ।

prashant - mamata

କଂଗ୍ରେସକୁ ଆବଶ୍ୟକ ଜଣେ ଦକ୍ଷ ନିର୍ବାଚନ ପରିଚାଳକ

ଏଥି ସହିତ କଂଗ୍ରେସରେ ନିର୍ବାଚନ ପରିଚାଳନା କରୁଥିବା ନେତାଙ୍କ ଅଭାବ ଦେଖାଦେଇଛି । ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦଳର ନିର୍ବାଚନ ପରିଚାଳନାରେ ପ୍ରଶାନ୍ତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଏଥି ସହିତ ୟୁପିଏରେ କଂଗ୍ରେସର ନେତୃତ୍ୱ ଉପରେ ଅନେକ ଥର ପ୍ରଶ୍ନ ଉଠିଛି । ଏଭଳି ପରିସ୍ଥିତିରେ ଯଦି ପି.କେ ଦଳରେ ଯୋଗ ଦିଅନ୍ତି, ତେବେ କଂଗ୍ରେସ ସହଜରେ ଆଞ୍ଚଳିକ ଦଳ ସହ ମୁକାବିଲା କରିପାରିବ । କାରଣ ପି.କେ ଅନେକ ଆଞ୍ଚଳିକ ଦଳ ସହିତ କାମ କରିଛନ୍ତି ଏବଂ ସେମାନଙ୍କ ଦୋଷ ଦୁର୍ବଳତା ଜାଣିବା ସହ ସେମାନଙ୍କ ସହିତ ଭଲ ସମ୍ପର୍କ ଅଛି, ଯାହାକି କଂଗ୍ରେସ ପାଇଁ ଲାଭଜନକ ହେବ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+