କିଛି ବଡ ଘଟଣାର ସଙ୍କେତ ! 15 ଦିନ ମଧ୍ୟରେ ତୃତୀୟ ଥର ପାଇଁ ଶରଦ ପାୱାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । 15 ଦିନ ମଧ୍ୟରେ ଏହା ହେଉଛି ଉଭୟଙ୍କର ତୃତୀୟ ସାକ୍ଷାତ ।

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । 15 ଦିନ ମଧ୍ୟରେ ଏହା ହେଉଛି ଉଭୟଙ୍କର ତୃତୀୟ ସାକ୍ଷାତ । ଏହାପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସର ବିପୁଳଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଜୁନ୍ 11 ରେ ମୁମ୍ବାଇରେ ଶରଦ ପାୱାରଙ୍କୁ ଭେଟିଥିଲେ । ଏହା ପରେ ସୋମବାର ଦିନ ସେ ଦିଲ୍ଲୀର ତାଙ୍କ ବାସଭବନରେ ଏନସିପି ମୁଖ୍ୟଙ୍କ ସହ ଦ୍ୱିତୀୟ ସାକ୍ଷାତ କରିଥିଲେ । ପୁଣି ବୁଧବାର ଦିନ ସେ ଦିଲ୍ଲୀରେ ତୃତୀୟ ଥର ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି ।

prashant kishor - sharad

ଏହାର ଗୋଟିଏ ଦିନ ପୂର୍ବରୁ ଆଠଟି ବିରୋଧୀ ଦଳର ନେତା ପୱାରଙ୍କ ଘରେ ଏକାଠି ହୋଇ ଦେଶ ସମ୍ମୁଖୀନ ହେଉଥିବା ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସୂଚନାନୁସାରେ, ଦିଲ୍ଲୀର ତାଙ୍କ ବାସଭବନରେ ପ୍ରଶାନ୍ତ କିଶୋର ଏବଂ ଶରଦ ପାୱାରଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା । 15 ଦିନ ମଧ୍ୟରେ ଶର ପାୱାର ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହା ତୃତୀୟ ସାକ୍ଷାତ ।

ଉଭୟଙ୍କ ମଧ୍ୟରେ ବାରମ୍ବାର ବୈଠକ ବିରୋଧୀ ଦଳ ଏକାଠି ହୋଇ ବିଜେପି ବିରୋଧରେ ତୃତୀୟ ଫ୍ରଣ୍ଟ ଗଠନ କରିବା ନେଇ କଳ୍ପନାଜଳ୍ପନାର କାରଣ ହୋଇଛି । ପାୱାର ମଙ୍ଗଳବାର ଦିନ ଦିଲ୍ଲୀର ତାଙ୍କ ବାସଭବନରେ ଟିଏମସି, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ଏବଂ ବାମପନ୍ଥୀ ଦଳ ସମେତ ଆଠଟି ବିରୋଧୀ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ । ତେବେ ସେହି ବୈଠକରେ ଯୋଗ ଦେଇଥିବା ନେତାମାନେ କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଟିଏମସି ଉପାଧ୍ୟକ୍ଷ ଯଶୱନ୍ତ ସିହ୍ନାଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାଷ୍ଟ୍ର ମଞ୍ଚ ପକ୍ଷରୁ ସମାନ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତିଙ୍କ ଏହା ଏକ "ଅଣ-ରାଜନାତିକ" ବୈଠକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+