କଂଗ୍ରେସରେ ଯୋଗଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସିଦ୍ଧୁଙ୍କୁ ଭେଟିଲେ ପି.କେ, ଆରମ୍ଭ ହେଲା ନୂଆ କଳ୍ପନାଜଳ୍ପନା
କଂଗ୍ରେସରେ ଯୋଗଦେବେ ନାହିଁ ବୋଲି କହିବାର କିଛି ଘଣ୍ଟା ପରେ ପ୍ରଶାନ୍ତ କିଶୋର ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଦ୍ଧୁଙ୍କୁ ଭେଟିଛନ୍ତି । ନବଜୋତ ସିଂହ ସିଦ୍ଧୁ ପ୍ରଶାନ୍ତଙ୍କ ସହ ତାଙ୍କ ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଆଜି (ମଙ୍ଗଳବାର) ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କଂଗ୍ରେସରେ ଯୋଗଦେବେ ନାହିଁ ବୋଲି କହିବାର କିଛି ଘଣ୍ଟା ପରେ ପ୍ରଶାନ୍ତ କିଶୋର ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଦ୍ଧୁଙ୍କୁ ଭେଟିଛନ୍ତି । ନବଜୋତ ସିଂହ ସିଦ୍ଧୁ ପ୍ରଶାନ୍ତଙ୍କ ସହ ତାଙ୍କ ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ନବଜୋତ ସିଂହ ସିଦ୍ଧୁ ଟ୍ୱିଟରରେ ନିଜ ଏବଂ ପ୍ରଶାନ୍ତ କିଶୋରଙ୍କ ଏକ ଫଟୋ ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ଉଭୟ ଏକ କାଫେରେ ବସିଥିବାର ଦେଖାଯାଏ । ଫଟୋ ସେୟାର କରି ସିଦ୍ଧୁ ଲେଖିଛନ୍ତି - 'ମୋର ପୁରୁଣା ବନ୍ଧୁ ପି.କେଙ୍କ ସହ ଆଜି ଏକ ଚମତ୍କାର ସାକ୍ଷାତ ହୋଇଥିଲା ... ପୁରୁଣା ମଦ, ପୁରୁଣା ସୁନା ଏବଂ ପୁରୁଣା ବନ୍ଧୁମାନେ ଏପର୍ଯ୍ୟନ୍ତ ସର୍ବୋତ୍ତମ ।'
Had a wonderful meeting with my old friend PK … Old wine , Old gold and Old friends still the best !!! pic.twitter.com/OqOvkJqJmF
— Navjot Singh Sidhu (@sherryontopp) April 26, 2022
ପି.କେ କଂଗ୍ରେସରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ସିଦ୍ଧୁଙ୍କ ଏହି ଟ୍ୱିଟ୍ ଆସିଥିଲା, ଏପରି ପରିସ୍ଥିତିରେ ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ସେ ଏପରି କରି କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି । ସିଦ୍ଧୁ କଂଗ୍ରେସଠାରୁ ନିଜକୁ ଦୂରରେ ରଖିବା ନେଇ ଏପରି କରୁଥଇିବା ନେଇ ମଧ୍ୟ ଅନେକ ବିଶେଷଜ୍ଞ ମତ ରଖୁଛନ୍ତି ।
ଏହା ପୂର୍ବରୁ ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ କରି କହିଛନ୍ତି ଯେ EAG (ସଶକ୍ତିକରଣ ଆକ୍ସନ୍ ଗ୍ରୁପ୍) ର ଏକ ଅଂଶ ଭାବରେ ଦଳରେ ଯୋଗଦେବା ଏବଂ ନିର୍ବାଚନର ଦାୟିତ୍ୱ ଗ୍ରହଣ କରିବା ପାଇଁ ମୁଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ମୁଁ ଅନୁଭବ କରୁଛି ଯେ ମୋ ବଦଳରେ ଦଳ ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ଗଠନମୂଳକ ସମସ୍ୟାର ସମାଧାନ ପାଇଁ ନେତୃତ୍ୱ ଏବଂ ସାମୂହିକ ଇଚ୍ଛାଶକ୍ତି ଆବଶ୍ୟକ କରେ ।












Click it and Unblock the Notifications