ବଙ୍ଗଳା ପରେ ରାଷ୍ଟ୍ରୀୟ ରାଜନୀତିରେ ମମତାଙ୍କ ନଜର : ମମତାଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, 3 ଘଣ୍ଟା ଧରି ଚାଲିଲା ଆଲୋଚନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ ବୋଲି ମଧ୍ୟ କୁହାଯାଉଛି । ଏନେଇ ଏହି ବୈଠକରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

କୋଲକାତା : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଦିନ କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ସୂଚନାନୁସାରେ, ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଛି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଟିଏମସିର ବିଶାଳ ବିଜୟ ପରେ ଦଳ ପ୍ରଶାସନିକ ତଥା ଦଳର ଦାୟିତ୍ୱ ବିଭାଜନ ସହିତ ପ୍ରମୁଖ ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି ।

Mamata-Banerjee

ଦଳରେ 'ଜଣେ ବ୍ୟକ୍ତି, ଗୋଟିଏ ପୋଷ୍ଟ' ବ୍ୟବସ୍ଥା ଲାଗୁ କରିବାକୁ ଜୁନ୍ ମାସରେ ତୃଣମୂଳ କଂଗ୍ରେସ ଘୋଷଣା କରିଥିଲା । ଦଳୀୟ ନେତାମାନଙ୍କୁ ରାଜ୍ୟ ସରକାର ଏବଂ ସଂଗଠନରେ ଏକରୁ ଅଧିକ ପଦବୀ ନଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଘୋଷଣା ସମୟରେ ଦଳର ନେତା ପାର୍ଥ ଚାଟାର୍ଜୀ ଖୁବ ଶୀଘ୍ର ସଂଗଠନରେ ପରିବର୍ତ୍ତନ ଆଣିବା ନେଇ ଆଶା ଥିବା କହିଥିଲେ ।

ଏହା ବ୍ୟତୀତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ ବୋଲି ମଧ୍ୟ କୁହାଯାଉଛି । ଏନେଇ ଏହି ବୈଠକରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରୀୟ ରାଜନୀତିରେ ମୋଦୀଙ୍କ ବିରୋଧରେ ଟିଏମସି କିଭଳି ପ୍ରସ୍ତୁତ ହେବ ସେନେଇ ବି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ ବିଧାନସଭା ନିର୍ବାଚନ ଜିତିବା ପରେ ଟିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା କି ଏବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଟିଏମସି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଯାହାକି ଜୁଲାଇ ଶେଷ କିମ୍ବା ଅଗଷ୍ଟ ପହିଲା ବେଳକୁ ସାର୍ବଜନୀନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+