ରାଜନୈତିକ ଦଳ ଗଠନ କରିବେ ପ୍ରଶାନ୍ତ ! ଟ୍ୱିଟ୍ କରି ଦେଲେ ଏପରି ସୂଚନା
ପ୍ରଶାନ୍ତ କିଶୋର ପାଟନାରେ ଅଛନ୍ତି । ସେ ସୋମବାର ଠାରୁ ବିହାର ଯାତ୍ରା ଆରମ୍ଭ କରୁଛନ୍ତି । ଏହା ଅଧୀନରେ ସେ ସମଗ୍ର ବିହାର ପରିଦର୍ଶନ କରିବେ ଏବଂ ସେଠାରେ ଥିବା ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ବୁଝିବେ ।
ନୂଆଦିଲ୍ଲୀ : ନିକଟରେ ପାଞ୍ଚ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ସେବେଠାରୁ ପାର୍ଟିରେ ପୁନଃ ନିର୍ମାଣ ବିଷୟରେ ଆଲୋଚନା ଜାର ରହିଛି । ଏହି ସମୟରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଖବର ଆସିଥିଲା । ଦଳ ଏବଂ ସେମାନଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ମଧ୍ୟ ହୋଇଥିଲା, କିନ୍ତୁ ଏହା ସଫଳ ହୋଇପାରିନି । ଦଳରେ ଯୋଗ ଦେବା ନେଇ କଂଗ୍ରେସର ପ୍ରସ୍ତାବକୁ ପ୍ରଶାନ୍ତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବର୍ତ୍ତମାନ ତାଙ୍କର ଗୋଟିଏ ଟ୍ୱିଟ୍ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି ଲେଖିଛନ୍ତି ଲୋକତନ୍ତ୍ରରେ ଏକ ଅର୍ଥପୂର୍ଣ୍ଣ ଅଂଶଗ୍ରହଣକାରୀ ହେବା ଏବଂ ଲୋକ-ସମର୍ଥକ ନୀତି ଗଠନ କରିବାରେ ଏହା ମୋର ଉତ୍ଥାନ-ପତନ ଯାତ୍ରା ରହିଛି । ବର୍ତ୍ତମାନ ସମସ୍ୟା ଏବଂ ଜନ ସୁରାଜର ରାସ୍ତାକୁ ସୁଗମ କରିବା ପାଇଁ ପ୍ରକୃତ ମାଷ୍ଟର ଅର୍ଥାତ୍ ଲୋକଙ୍କ ପାଖକୁ ଯିବାର ସମୟ ଆସିଛି । ଶେଷରେ ସେ ଲେଖିଛନ୍ତି ଯେ ଏହା ବିହାରରୁ ଆରମ୍ଭ ହେବ । ତାଙ୍କର ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି ।
ନୂଆ ଦଲ ଗଢିବେ ପ୍ରଶାନ୍ତ !
ଏକ ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର ପାଟନାରେ ଅଛନ୍ତି । ସେ ସୋମବାର ଠାରୁ ବିହାର ଯାତ୍ରା ଆରମ୍ଭ କରୁଛନ୍ତି । ଏହା ଅଧୀନରେ ସେ ସମଗ୍ର ବିହାର ପରିଦର୍ଶନ କରିବେ ଏବଂ ସେଠାରେ ଥିବା ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ବୁଝିବେ । ଏହା ପର ଠାରୁ ପ୍ରଶ୍ନ ଉଠିଛି କି ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଦଳ ଗଠନ କରିବେ କି ? ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟ ଏହି ବିଷୟରେ ଭିନ୍ନ ମତ ରହିଛି । ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ, ପି.କେଙ୍କର ଅନେକ ବିକଳ୍ପ ଉପଲବ୍ଧ, କିନ୍ତୁ ସେ କେଉଁଟି ବାଛୁଛନ୍ତି ତାହା ଦେଖିବା ବାକି ରହିଛି । ତାଙ୍କ ଷ୍ଟାଣ୍ଡକୁ ଦେଖିଲେ ଏହା ସ୍ପଷ୍ଟ ହେଉଇଛି ଯେ ତାଙ୍କର ଯାତ୍ରା କେବଳ ବିହାରରେ ସୀମିତ ନୁହେଁ, ସେ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ପଦକ୍ଷେପ ନେଇପାରନ୍ତି ।












Click it and Unblock the Notifications