କଂଗ୍ରେସ ହାଇକମାଣ୍ଡଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ, ଦଳରେ ଯୋଗଦେବାକୁ ମିଳିଲା ଅଫର
କଂଗ୍ରେସର ହାଇକମାଣ୍ଡ ଆଜି ଡକାଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଦଳରେ ଯୋଗଦେବା ପାଇଁ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦେଇଛି । ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତଙ୍କ ସାକ୍ଷାତ ପରେ ସେ ଏହି ଅଫର ପାଇଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସର ହାଇକମାଣ୍ଡ ଆଜି ଡକାଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଦଳରେ ଯୋଗଦେବା ପାଇଁ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦେଇଛି । ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତଙ୍କ ସାକ୍ଷାତ ପରେ ସେ ଏହି ଅଫର ପାଇଛନ୍ତି । ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଏହି ବୈଠକରେ ପ୍ରଶାନ୍ତ କିଶୋର 2024 ଲୋକସଭା ନିର୍ବାଚନ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି ।

ଶନିବାର ଅନୁଷ୍ଠିତ ବୈଠକରେ ପ୍ରଶାନ୍ତ କିଶୋର, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡ଼ଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ଅଜୟ ମାକେନଙ୍କ ଭଳି ନେତାଙ୍କ ସାମ୍ନାରେ 2024 ସାଧାରଣ ନିର୍ବାଚନ ପାଇଁ ନିଜର ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ କିଶୋରଙ୍କୁ କେବଳ ଜଣେ ପରାମର୍ଶଦାତା ଭାବେ ନୁହେଁ ଦଳରେ ଯୋଗଦେବାକୁ ଏବଂ ନେତା ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି । କଂଗ୍ରେସରେ ଯୋଗଦେବା ପାଇଁ ପ୍ରଶାନ୍ତ କିଶୋର ନିଜର ଇଚ୍ଛା ପ୍ରକାଶ କରିଛନ୍ତି ତେଣୁ ଖୁବ ଶୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନା କରାଯାଉଛି ।
କଂଗ୍ରେସକୁ ପୁଣିଥରେ ମଜବୁତ କରିବା ପାଇଁ ରଣନୀତି ଏବଂ 2024 ରେ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ଦଳର ନେତାଙ୍କ ସମ୍ମୁଖରେ ସୂଚନା ଦେଇଛନ୍ତି । ସେମାନଙ୍କର ପରାମର୍ଶକୁ ଦେଖିବା ପାଇଁ ଏକ କମିଟି ଗଠନ କରାଯାଇଛି, ଯାହା ଦ୍ୱାରା ପରାମର୍ଶ ଏବଂ ପ୍ରସ୍ତାବଗୁଡ଼ିକ ଉପରେ କିପରି ଅଗ୍ରଗତି କରାଯିବ ତାହା ସ୍ଥିର ହୋଇପାରିବ । ଆପଣଙ୍କୁ କହି ରଖୁଛୁ ପ୍ରଶାନ୍ତ କିଶୋର ପୂର୍ବରୁ କଂଗ୍ରେସରେ ଯୋଗ ଦେବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଦଳରେ କେତେକ ମତଭେଦ ଯୋଗୁଁ ଏହା ହୋଇପାରି ନଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications