For Quick Alerts
Turn On Notification  
For Daily Alerts
Oneindia App Download

ବଙ୍ଗଳାରେ ବିଜେପି 100 ରୁ ଅଧିକ ଆସନ ଜିତିଲେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଛାଡ଼ିଦେବି : ପ୍ରଶାନ୍ତ କିଶୋର

ବଙ୍ଗଳା ନିର୍ବାଚନର ପ୍ରାକ୍ ଆକଳନ କଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ । ବଙ୍ଗଳାରେ ବିଜେପି 100 ରୁ ଅଧିକ ଆସନ ଜିତିଲେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଛାଡ଼ିଦେବି ।

|

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଉଭୟ ବିଜେପି ଏବଂ ଟିଏମସି ଦଳ ନିଜର ସରକାର ଗଠନ କରିବାର ଦାବି କରୁଛନ୍ତି । ପଶ୍ଚିମବଙ୍ଗର ରାଜନୀତିକୁ ନିରିଖେଇ ଦେଖିଲେ ଲାଗୁଛି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ୁଛି । ଏହି ସମୟରେ ବଙ୍ଗଳାରେ ମମତା ବାନାର୍ଜୀଙ୍କ ସରକାର ଆଉ ଥରେ ଶାସନ ଗାଦିରେ ବଲିବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦାବି କରିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ବଙ୍ଗଳାରେ ବିଜେପି 100 ରୁ ଅଧିକ ଆସନରେ ଜିତେ ତେବେ ମୁଁ ରାଜନୈତିକ ରଣନୀତି କରିବା ଛାଡ଼ି ଦେବି ।

Prasant-Kishor

କ'ଣ କହିଲେ ପ୍ରଶାନ୍ତ କିଶୋର ?

ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ପ୍ରଶାନ୍ତ କିଶୋର କହିଛନ୍ତି, "ଯଦି ବଙ୍ଗଳାରେ 100 ରୁ ଅଧିକ ସିଟ୍ ଜିତେ ତେବେ ମୁଁ ଏହି କାମ ଛାଡିବି, ମୁଁ IPAC ମଧ୍ୟ ଛାଡିବି । ମୁଁ ଆଉ କିଛି କରିବି, କିନ୍ତୁ ଏ କାମ ଆଉ କରିବି ନାହିଁ।" କିଶୋର ଆହୁରି ମଧ୍ୟ କହିଛନ୍ତି, "ମୁଁ ରଣନୀତି ପ୍ରସ୍ତୁତ କରିବା ବନ୍ଦ କରିଦେବି । ମୁଁ ଆଜି ଯାହା ଅଛି ମତେ ସେପରି ରହିବି ନାହିଁ । ଆପଣ ମୋତେ ଆଉ କୌଣସି ରାଜନୈତିକ ଅଭିଯାନରେ ଦେଖିବେ ନାହିଁ।"

ବଙ୍ଗଳାରେ ଦିଦି କାମ କରିବାକୁ ସ୍ୱାଧୀନତା ଦେଇଛନ୍ତି- ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦିଓ ଆମେ ଉତ୍ତରପ୍ରଦେଶରେ ବିଫଳ ହୋଇଥିଲୁ, କିନ୍ତୁ ବଙ୍ଗଳାରେ ଏପରି ହେବ ନାହିଁ । କାରଣ ମମତା ଦିଦି ମୋତେ ବଙ୍ଗଳାରେ କାମ କରିବାକୁ ସ୍ୱାଧୀନତା ଦେଇଛନ୍ତି । ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି, ଉତ୍ତରପ୍ରଦେଶରେ ଆମେ ଚାହୁଁଥିବା ଫଳାଫଳ ପାଇଲୁ ନାହିଁ, କିନ୍ତୁ ଯଦି ଏହା ବଙ୍ଗଳାରେ ଘଟେ, ତେବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମୁଁ ଯୋଗ୍ୟ ନୁହେଁ ବୋଲି ମାନିନେବି ।

କିଣିବା ଏବଂ ବିକ୍ରୟ କରିବା ହେଉଛି ବିଜେପିର କାର୍ଯ୍ୟ

ତୃଣମୂଳ କଂଗ୍ରେସର ନେତା ମାନେ ବିଜେପିରେ ସାମିଲ ହେବାକୁ ନେଇ ସେ କହିଛନ୍ତି ଯେ, ବିଜେପି ଲୋକଙ୍କ ରଣନୀତି ହେଉଛି ଯେ ସେମାନେ ଅନ୍ୟ ଦଳର ନେତାଙ୍କ ଉପରେ ନଜର ରଖିଥାନ୍ତି । ବିରୋଧୀ ଦଳର ନେତାଙ୍କୁ ବିଜେପି ଟଙ୍କା, ପଦବୀ, ଟିକେଟ୍ ଦେଇ ପ୍ରଲୋଭିତ କରିଥାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prasant Kishore Prediction on West Bengal Assembly Election. If BJP wins more than 100 seats then, i will quit make political strategy said, Prasant.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X