ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଗୃହ ତ୍ୟାଗ କଲେ ପ୍ରଦୀପ ପାଣିଗ୍ରାହୀ
ବାଚସ୍ପତି ପକ୍ଷପାତିତା କରୁଛନ୍ତି । ଗୃହରେ କହିବାକୁ ସୁଯୋଗ ଦେଉନାହାଁନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋର ବିଧାୟକ ପାଣ୍ଠି ଖର୍ଚ୍ଚ ନକରାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନତି ବୋଲି ଅଭିଯୋଗ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବାଚସ୍ପତି ପକ୍ଷପାତିତା କରୁଛନ୍ତି । ଗୃହରେ କହିବାକୁ ସୁଯୋଗ ଦେଉନାହାଁନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋର ବିଧାୟକ ପାଣ୍ଠି ଖର୍ଚ୍ଚ ନକରାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନତି ବୋଲି ଅଭିଯୋଗ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏପରି ସଙ୍ଗୀନ ଅଭିଯୋଗ ଆଣି ପ୍ରଦୀପ ଗୃହ ତ୍ୟାଗ କରିଛନ୍ତି ।
ବିଧାୟକ ପାଣ୍ଠି ଖର୍ଚ୍ଚ ନେଇ ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା ସମୟରେ ଅସନ୍ତୋଷ ବ୍ୟକ୍ତ କରି ଗୃହତ୍ୟାଗ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ବାଚସ୍ପତି ଓଡ଼ିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ । ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ । ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି । ମୁଁ ଭାବୁଛି ମୋ ପ୍ରତି ପକ୍ଷପତିତା କରାଯାଇଛି । ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁରର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ ।












Click it and Unblock the Notifications