ରାହୁଲ ଗାନ୍ଧୀଙ୍କୁ ଇଡି ନୋଟିସ୍ ବିରୋଧରେ ପ୍ରଦର୍ଶନକାରୀ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ୍
‘ନ୍ୟାସ୍ନାଲ୍ ହେରାଲ୍ଡ୍' ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଇଡିର ନୋଟିସ୍ ବିରୋଧରେ ହୋଇଥିବା ପଦଯାତ୍ରାକୁ ବନ୍ଦ କରିବା ଲଗି ପୋଲିସ୍ ବହୁ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ।
ନୂଆଦିଲ୍ଲୀ : 'ନ୍ୟାସ୍ନାଲ୍ ହେରାଲ୍ଡ୍' ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଇଡିର ନୋଟିସ୍ ବିରୋଧରେ ହୋଇଥିବା ପଦଯାତ୍ରାକୁ ବନ୍ଦ କରିବା ଲଗି ପୋଲିସ୍ ବହୁ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ।
ନୂଆଦିଲ୍ଳୀରୁ ସାମ୍ନାକୁ ଆସିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସୋନିଆ ଓ ରାହୁଲଙ୍କୁ ଇଡି ଦେଇଥିବା ନୋଟିସକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା କଂଗ୍ରେସ କର୍ମୀମାନଙ୍କୁ ପୋଲିସ୍ ଗିରଫ କରି ବସ୍ରେ ନେଉଛନ୍ତି । ସାମର୍ଥ୍ୟ ପ୍ରଦର୍ଶନ ଲକ୍ଷ୍ୟ ରଖିଥିବାରୁ କିଛି ସମୟ ପରେ ଉକ୍ତ ପଦଯାତ୍ରାରେ ଆହୁରି ବହୁସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେବାର ସମ୍ଭାବନା ଅଛି ।

'ନ୍ୟାସନାଲ ହେରାଲ୍ଡ' ରେ ମନି ଲଣ୍ଡ୍ରିଂ ଅଭିଯୋଗରେ ଇଡି ଜାରି କରିଥିବା ନୋଟିସକୁ ଭିତ୍ତି କରି ରାହୁଲ୍ ଗାନ୍ଧୀ ଆଜି ପଚରାଉଚୁରା ପାଇଁ ହାଜର ହେବେ । ଏହାକୁ ବିରୋଧ କରି କଂଗ୍ରେସ କର୍ମା ମାନେ ବିକ୍ଷଭ ପ୍ରଦର୍ଶନ କରିବା ପାଇଁ ପଦଯାତ୍ରା କରୁଛନ୍ତି । ଏଥିଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ୍ ନିକଟରେ ପୁଲିସ ନିଷେଧାଦେଶ ଜାରି କରିଛି ।
ସାମ୍ପ୍ରଦାୟିକ ଆଇନଶୃଙ୍ଖଳା ପରିସ୍ଥିତି ଏବଂ 'ଭିଭିଆଇପି'ମାନଙ୍କ ଚଳାଚଳ ପ୍ରସଙ୍ଗ ଦର୍ଶାଇ ପ୍ରତିବାଦ ପଦଯାତ୍ରା ପାଇଁ ଅନୁମତି ଦେବାଲାଗି ଗତରାତିରେ ଦିଲ୍ଲୀ ପୁଲିସ ଅନୁମତି ଦେବା ପାଇଁ ଅଗ୍ରାହ୍ୟ କରିଦେଇଥିଲା । କିନ୍ତୁ, ନିଷ୍ପତ୍ତିର ପୁନର୍ବିଚାର ପାଇଁ କଂଗ୍ରେସ ନେତାମାନେ ନିବେଦନ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା ।
ଏହାପରେ ମଧ୍ୟ କଂଗ୍ରେସ ତା'ର ପୂର୍ବ ଯୋଜନା ଅନୁସାରେ ଦିଲ୍ଲୀ ଏବଂ ଅନ୍ୟ କେତେକ ସହରରେ ପ୍ରତିବାଦ ପଦଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ।
ବିରୋଧୀମାନଙ୍କୁ ଚୁପ୍ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।












Click it and Unblock the Notifications