କେନ୍ଦ୍ର ସରକାର ବିରୋଧରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀ

ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନଭାଇ ପ୍ରହଲ୍ଲାଦ ମୋଦୀ ଧାରଣା ଦେଇଛନ୍ତି । ପ୍ରହ୍ଲାଦ ମୋଦୀ ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ଦୋକାନ ଡିଲର ଫେଡେରେସନ୍ (AIFPSDF) ର ଉପାଧ୍ୟକ୍ଷ ଅଟନ୍ତି ।

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନଭାଇ ପ୍ରହଲ୍ଲାଦ ମୋଦୀ ଧାରଣା ଦେଇଛନ୍ତି । ପ୍ରହଲ୍ଲାଦ ମୋଦୀ ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ଦୋକାନ ଡିଲର ଫେଡେରେସନ୍ (AIFPSDF) ର ଉପାଧ୍ୟକ୍ଷ ଅଟନ୍ତି । ଏହା ଅଧୀନରେ ମଙ୍ଗଳବାର ଦିନ ସେ ସଂଗଠନର ଅନେକ ଦାବି ସମ୍ପର୍କରେ ଦେଶର ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ସମେତ AIFPSDF ର ସଦସ୍ୟମାନେ ଜନ୍ତର ମନ୍ତ୍ରରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ ।

Prahlad Modi

ସୂଚନାନୁସାରେ, ଉଚିତ୍ ମୂଲ୍ୟଯୁକ୍ତ ଦୋକାନ (ରାସନ୍ ଡିପୋ) ରୁ ବିକ୍ରି ହେଉଥିବା ଚାଉଳ, ଗହମ ଏବଂ ଚିନି ସହିତ ଡାଲି ଏବଂ ଖାଇବା ତେଲ ପାଇଁ ହୋଇଥିବା କ୍ଷତିପୂରଣ ପାଇଁ ସଂଗଠନ ଦାବି କରୁଛି । ଏହା ସହିତ ଦେଶରେ ମାଗଣା ବିତରଣର 'ପଶ୍ଚିମବଙ୍ଗ ରାସନ ମଡେଲ' ଲାଗୁ କରିବାକୁ ମଧ୍ୟ ଦାବି କରିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରହଲ୍ଲାଦ ମୋଦୀ କହିଛନ୍ତି ଯେ ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଏକ ପ୍ରତିନିଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ଦାଖଲ କରିବ । ଏଥିରେ ଆମର ଦୀର୍ଘ ଦିନର ଦାବି ରହିବ । ସେ କହିଛନ୍ତି ଯେ ଆମେ ଆମର ସମସ୍ୟାକୁ ସରକାରଙ୍କ ନିକଟରେ ରଖିଛୁ ଏବଂ ବର୍ତ୍ତମାନ ଏହାର ଉତ୍ତର ଆମକୁ ଦରକାର । ସେମାନଙ୍କର ଦାବିଗୁଡ଼ିକ ହେଉଛି ଉଚିତ ମୂଲ୍ୟ ଦୋକାନ ଡିଲରମାନଙ୍କର କମିଶନ ହାର ବୃଦ୍ଧି ଏବଂ ସମାନ କରାଯାଉ ।

ଏହା ବ୍ୟତୀତ ସେ କହିଛନ୍ତି ଯେ ଆମର ମାର୍ଜିନ୍ କିଲୋଗ୍ରାମରେ ମାତ୍ର 20 ପଇସା ବୃଦ୍ଧି କରିବା ଏକ ପରିହାସ । ଆମକୁ ଆର୍ଥିକ ଅସୁବିଧା ଦୂର କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛୁ । ଏଥି ସହିତ AIFPSDF ଜାତୀୟ ସାଧାରଣ ସମ୍ପାଦକ ବିଶ୍ୱମ୍ବର ବସୁ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 9 ଦଫା ଦାବି ସହ ଏକ ସ୍ମାରକପତ୍ର ଦାଖଲ କରିବେ । ସେ କହିଛନ୍ତି ଯେ ବୁଧବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଭେଟିବାକୁ ସେ ଯୋଜନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+