Get Updates
Get notified of breaking news, exclusive insights, and must-see stories!

କରୋନା ମହାମାରୀ ପରେ ଲୋକପ୍ରିୟତା ଦୃଷ୍ଟିରୁ ଶୀର୍ଷରେ ମୋଦୀ ସରକାର

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କରୋନା ମହାମାରୀ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଆପ୍ରୁଭାଲ ରେଟିଂ ସର୍ବୋଚ୍ଚ ହୋଇଛି । ତଥାପି, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମସ୍ୟା ଚିନ୍ତାର ବିଷୟ ପାଲଟିଛି ।

ନୂଆଦିଲ୍ଲୀ : କେନ୍ଦ୍ରରେ ମୋଦୀ ସରକାରକୁ ପୁରିଛି ଆଠ ବର୍ଷ । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କରୋନା ମହାମାରୀ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଆପ୍ରୁଭାଲ ରେଟିଂ ସର୍ବୋଚ୍ଚ ହୋଇଛି । ତଥାପି, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମସ୍ୟା ଚିନ୍ତାର ବିଷୟ ପାଲଟିଛି ।

ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ସର୍ଭେରେ 64,000 ଲୋକଙ୍କ ମଧ୍ୟରୁ 67 ପ୍ରତିଶତ ଅନୁଯାୟୀ, ନରେନ୍ଦ୍ର ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଶା ପୂରଣ କରିଛନ୍ତି କିମ୍ବା ଅତିକ୍ରମ କରିଛନ୍ତି । ଏହି ଲୋକମାନେ ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ପ୍ରଥମ ଅପେକ୍ଷା ଭଲ ବୋଲି ବର୍ଣ୍ଣନା କରିଛନ୍ତି । ଏହି ସର୍ଭେ ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ କରୋନା ମହାମାରୀ ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ।

narendra Modi

ମହାମାରୀ ଆରମ୍ଭରେ ମୋଦୀ ସରକାରଙ୍କ ଲୋକପ୍ରିୟତା ଥିଲା 51 ପ୍ରତିଶତ

ସର୍ବେକ୍ଷଣ ଅନୁଯାୟୀ, ଯେତେବେଳେ 2022 ମସିହାରେ କରୋନା ମହାମାରୀ ଆରମ୍ଭ ହୋଇଥିଲା, ସେତେବେଳେ ମୋଦୀ ସରକାରଙ୍କ ଲୋକପ୍ରିୟତା 51 ପ୍ରତିଶତ ଥିଲା । କରୋନା ଲହରପରେ ମୋଦୀ ସରକାରଙ୍କ ଆପ୍ରୁଭାଲ ରେଟିଂ 51 ରୁ 62 ପ୍ରତିଶତକୁ ବୃଦ୍ଧି ପାଇଛି । ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ରୋକିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ଲୋକମାନେ କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ୱେ ସରକାର ଅର୍ଥନୀତିକୁ ଭଲ ଭାବରେ ପରିଚାଳନା କରିଛନ୍ତି । ତେବେ ବେକାରୀ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । 47 ପ୍ରତିଶତ ଲୋକ କହିଛନ୍ତି ଯେ ଭାରତ ଏହି ସମସ୍ୟାର ସମାଧାନ କରିପାରି ନାହିଁ ।

ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିଷୟରେ ଉଲ୍ଲେଖ କରିଛନ୍ତି 73% ଲୋକ

ତେବେ 37 ପ୍ରତିଶତ ଅନୁମୋଦନ ସହିତ ବେକାରୀ ସମସ୍ୟାକୁ ସରକାରଙ୍କ ନିୟନ୍ତ୍ରଣରେ ଲୋକଙ୍କ ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ଘଟିଛି । 2021 ରେ ଏହା 27 ପ୍ରତିଶତ ଏବଂ 2020 ରେ 29 ପ୍ରତିଶତ ଥିଲା । ଏହି ସମୟରେ, କରୋନା କାରଣରୁ ସାରା ଦେଶରେ ଲକଡାଉନ୍ କରାଯାଇଥିଲା, ଯେଉଁ କାରଣରୁ ପ୍ରବାସୀ ଶ୍ରମିକମାନେ ସହରରେ ଚାକିରୀ ହରାଇଲେ, କିନ୍ତୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଏହି ଲୋକଙ୍କୁ ସାହାଯ୍ୟ କରିଥିଲା । ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ 73 ପ୍ରତିଶତ ଲୋକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିଷୟରେ ଉଲ୍ଲେଖ କରିଛନ୍ତି ।

କଣ ରହିଛି ସର୍ଭେର ଫଳାଫଳ

  • 73% ଲୋକ କହିଛନ୍ତି ଯେ ସେମାନେ ନିଜ ତଥା ଭାରତର ଭବିଷ୍ୟତ ବିଷୟରେ ଆଶାବାଦୀ ଅଛନ୍ତି ।
  • 44 ପ୍ରତିଶତ ଲୋକଙ୍କ ଅନୁସାରେ ବାୟୁ ଗୁଣବତ୍ତା ଉନ୍ନତି ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।
  • ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ 60 ପ୍ରତିଶତ କହିଛନ୍ତି ଯେ ସାମ୍ପ୍ରଦାୟିକ ସମନ୍ୱୟ ରକ୍ଷା କରିବାରେ ସରକାର ପ୍ରଭାବଶାଳୀ ଥିବାବେଳେ 33 ପ୍ରତିଶତ ଲୋକ ଏଥିରେ ସହମତ ନୁହଁନ୍ତି ।
  • 50 ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ବ୍ୟବସାୟ କରିବା ସହଜ ହୋଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+