ଲୋକଙ୍କୁ କରୋନା ଟୀକାକରଣ କରାଇବାରେ ସାହାଯ୍ୟ କର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କୋଭିଡ୍ ମହାମାରୀ ଭୟରେ ଦେଶରେ ଲାଗି ରହିଥିବା ଲକଡାଉନ୍ ପରିସ୍ଥିତି ଯୋଗୁଁ ପ୍ରାୟ ଏକ ବର୍ଷ ପରେ ବୁଧବାର ବିଜେପି ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ।
ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ଭୟରେ ଦେଶରେ ଲାଗି ରହିଥିବା ଲକଡାଉନ୍ ପରିସ୍ଥିତି ଯୋଗୁଁ ପ୍ରାୟ ଏକ ବର୍ଷ ପରେ ବୁଧବାର ବିଜେପି ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ।

ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ୍ୟ ବ୍ୟକ୍ତିଙ୍କ କୋଭିଡ୍ ଟୀକରାକରଣ କରାଇବାରେ ସାହାଯ୍ୟ କରିବା ସହ ସେମାନଙ୍କୁ ଟିକା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାରେ ସହାୟତା ଉରରେ ଗୁରୁତ୍ୱ ଦେବାକୁ ସମସ୍ତ ସାଂସଦ ତଥା ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି । ଏଥିସହିତ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ମାର୍ଚ୍ଚ 12 ରୁ 75 ଟି ସ୍ଥାନରେ 75 ସପ୍ତାହର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମସ୍ତ ସାଂସଦଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।
ସଂସଦ ଲାଇବ୍ରେରୀ ଭବନର ଜିଏମସି ବାସୟୋଗି ଅଡିଟୋରିୟମରେ ଆୟୋଜିତ ଏହି ସଂସଦୀୟ ଦଳ ବୈଠକରେ ଉଭୟ ଗୃହର ବିଜେପି ସାଂସଦମାନେ ଯୋଗ ଦେଇଥିଲେ । COVID-19 ମହାମାରୀ ଯୋଗୁଁ ପ୍ରାୟ ଏକ ବର୍ଷ ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।
ସଂସଦର କମ୍ପ୍ଲେକ୍ସରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ । ଏହା ବ୍ୟତୀତ ଏହି ବୈଠକରେ ବରିଷ୍ଠ ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ନିର୍ମଳା ସୀତାରମଣ, ଡଃ ଏସ ଜୟଶଙ୍କର, ପ୍ରହ୍ଲାଦ ପଟେଲ ପ୍ରମୁଖ ଯୋଗ ଦେଇଥିଲେ ।












Click it and Unblock the Notifications