For Quick Alerts
Turn On Notification  
For Daily Alerts
Oneindia App Download

ସଂସଦରେ ଅନୁପସ୍ଥିତ ସାଂସଦମାନଙ୍କୁ ମୋଦୀଙ୍କ ଭର୍ତ୍ସନା : 'ନିଜ ଭିତରେ ପରିବର୍ତ୍ତନ ଆଣ, ନଚେତ୍ ପରିବର୍ତ୍ତନ ହୋଇଯିବ'

କୌଣସି ସାଂସଦଙ୍କ ନାମ ନଦେଇ ପ୍ରଧାନମନ୍ତ୍ରୀ କଡ଼ା ଶବ୍ଦରେ କହିଛନ୍ତି, 'ନିଜ ଭିତରେ ପରିବର୍ତ୍ତନ ଆଣ, ନଚେତ୍ ପରିବର୍ତ୍ତନ ହୋଇଯିବ... ବାରମ୍ବାର କହିବାକୁ ମୁଁ ପସନ୍ଦ କରେ ନାହିଁ' ।

|

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଦେଶରେ ଦରବୃଦ୍ଧି, ବେକାରୀ, କରୋନା ଭାଇରସ ମହାମାର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ସଂସଦରେ ଅଡୁଆ ସୃଷ୍ଟି କରୁଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଅଧିବେଶନର ଦ୍ୱିତୀୟ ସପ୍ତାହରେ ଅନୁପସ୍ଥିତ ଥିବାରୁ ଅନେକ ବିଜେପି (ଭାରତୀୟ ଜନତା ପାର୍ଟି) ସାଂସଦଙ୍କୁ ତାଗିଦ କରିଛନ୍ତି । ସଂସଦଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କୁ ସେମାନଙ୍କର ଦାୟିତ୍ୱ ବିଷୟରେ ମନେ ପକାଇ ଦେଇଛନ୍ତି ।

Narendra Modi

ସଂସଦର ପ୍ରକ୍ରିୟାରେ ସେମାନେ ଉପସ୍ଥିତ ରହିବା ଉଚିତ ବୋଲି ନରେନ୍ଦ୍ର ମୋଦୀ ବିଜେପି ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସାଂସଦଙ୍କ ନାମ ନଦେଇ ପ୍ରଧାନମନ୍ତ୍ରୀ କଡ଼ା ଶବ୍ଦରେ କହିଛନ୍ତି, 'ନିଜ ଭିତରେ ପରିବର୍ତ୍ତନ ଆଣ, ନଚେତ୍ ପରିବର୍ତ୍ତନ ହୋଇଯିବ... ବାରମ୍ବାର କହିବାକୁ ମୁଁ ପସନ୍ଦ କରେ ନାହିଁ' । ଏଥିସହିତ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଲ୍ଲାଦ ଯୋଶୀ ବିଜେପି ସଂସଦୀୟ ଦଳର ବୈଠକ ପରେ କହିଛନ୍ତି ଯେ 'ଭଲ କାମ କରୁଥିବା ସାଧାରଣ ନାଗରିକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ଲାଇଭ୍ ଆଲୋଚନା କରିବେ ।

ପ୍ରଲ୍ଲାଦ ଯୋଶୀ ଆହୁରି କହିଛନ୍ତି, ସଂସଦ କ୍ରୀଡା ପ୍ରତିଯୋଗିତା, ସୁସ୍ଥ ଶିଶୁ ପ୍ରତିଯୋଗିତା ଏବଂ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି । ଏହା ସହିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହିତ ଏକ ଲାଇଭ୍ କାର୍ଯ୍ୟକ୍ରମ ମଧ୍ୟ ଡକାଯାଇଛି ।
ଆପଣଙ୍କୁ କହି ରଖୁଛୁ, ନଭେମ୍ବର 29 ରୁ ଆରମ୍ଭ ହୋଇଥିବା ସଂସଦର ଅଧିକାଂଶ ଶୀତକାଳୀନ ଅଧିବେଶନର ଆରମ୍ଭରୁ ଅଧିକାଂଶ ସମୟ ବିରୋଧୀଙ୍କ ନାରାବାଜି ଓ ବିରୋଧ ପ୍ରଦର୍ଶନରେ ବିତିଛି । ଯଦିଓ ଏହି ସମୟରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଗୃହୀତ ହୋଇଥିଲା ଏବଂ ଗୃହରେ ପାରିତ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi Angry on bjp MPs who are absent in Parliament : Bring change otherwise change will happen
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X