ଘୋଷଣା ହେଲା ପିପିଲି ଉପ-ନିର୍ବାଚନ ତାରିଖ
ସେପ୍ଟେମ୍ବର 30 ତାରିଖରେ ହେବ ପିପିଲି ଉପ-ନିର୍ବାଚନ । ଏ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ଅକ୍ଟୋବର 3 ତାରିଖରେ ହେବ ଭୋଟ ଗଣତି ।
ପିପିଲି : ସେପ୍ଟେମ୍ବର 30 ତାରିଖରେ ହେବ ପିପିଲି ଉପ-ନିର୍ବାଚନ । ଏ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ଅକ୍ଟୋବର 3 ତାରିଖରେ ହେବ ଭୋଟ ଗଣତି ।

ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର 6 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର 13 ତାରିଖରେ ନାମାଙ୍କନ ଦାଖଲ କରିବାର ପ୍ରକ୍ରିୟା ରହିଛି । 16 ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
Schedule announced to fill casual vacancy and adjourned poll in the Assembly Constituencies - polling date 30.9.21 for bye-election in 159- Bhabanipur AC, 56-Samserganj, 58- Jangipur in WB and also 110-Pipli of Odisha @PIB_Indiahttps://t.co/e1Bu4yLBsu
— Spokesperson ECI (@SpokespersonECI) September 4, 2021
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା । ଏହାପରେ ମେ 16 ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା । ହେଲେ ରାଜ୍ୟରେ କୋଭିଡ୍ ଲକ୍ଡାଉନ୍ କାରଣରୁ ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ ଭାରତୀୟ ନିର୍ବାଚନ କମିଶନ ।












Click it and Unblock the Notifications