ପିପିଲି ଉପ ନିର୍ବାଚନ ଫଳାଫଳ : ଗଡ଼ ବଜାୟ ରଖିଲେ ରୁଦ୍ର, 20916 ଭୋଟରେ ଜିତିଲା ବିଜେଡି
ପ୍ରକାଶ ପାଇଲା ପିପିଲି ଉପ ନିର୍ବାଚନର ଫଳାଫଳ । ନିର୍ବାଚନରେ ବିଜେଡି ଜିତିବା ସହ ନିଜ ଗଡ଼ ବଜାୟ ରଖିଛି ।
ପିପିଲି : ପ୍ରକାଶ ପାଇଲା ପିପିଲି ଉପ ନିର୍ବାଚନର ଫଳାଫଳ । ନିର୍ବାଚନରେ ବିଜେଡି ଜିତିବା ସହ ନିଜ ଗଡ଼ ବଜାୟ ରଖିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ 20916 ଭୋଟରେ ଜିତି ବିଜେପିକୁ ହରାଇଛନ୍ତି ।
ବିଜେଡି ପ୍ରାର୍ଥୀ ମୋଟ 96 ହଜାର 972 ଖଣ୍ଡ ଭୋଟ ପାଇ ପ୍ରଥମ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ 76 ହଜାର 506 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି କଂଗ୍ରେସ ଖାତାରେ ପଡ଼ିଛି ମାତ୍ର 4 ହଜାର 261 ଖଣ୍ଡ ଭୋଟ୍ ।

ମୋଟ 924 ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ 584 ଖଣ୍ଡ ଭୋଟ୍ ମିଳିଛି । ଅପରପକ୍ଷରେ ବିଜେପିକୁ 286 କଂଗ୍ରେସକୁ 24, ଡଙ୍ଗା ଚିହ୍ନ ଓ ବ୍ୟାଟ୍ ଚିହ୍ନକୁ ଖଣ୍ଡେ ଲେଖାଏଁ ଭୋଟ୍ ମିଳିଛି । ଏହାଛଡ଼ା 54 ଖଣ୍ଡ ଭୋଟ୍ ନାକଚ ହୋଇଛି ।
ସେପ୍ଟେମ୍ବର 30 ରେ ହୋଇଥିବା ପିପିଲି ଉପ ନିର୍ବାଚନ ପାଇଁ ପୋଷ୍ଚାଲ ବାଲାଟ୍ ପାଇଁ 1077 ଜଣଙ୍କର ନାମ ଥିବା ବେଳେ 924 ଜଣ ମତଦାନ କରିଥିଲେ । ପିପିଲିରେ ମୋଟ 1 ଲକ୍ଷ 69 ଜାର 980 ଜଣ ମତଦାନ କରିଥିଲେ । ଏଥିମଧ୍ୟରୁ 95 ହଜାର 383 ଜଣ ପୁରୁଷ ଓ 84 ହଜାର 587 ଜଣ ମହିଳା ଭୋଟର ମତଦାନ କରିଥିଲେ । ପିପିଲିରେ ହୋଇଥିଲା 78.24 ପ୍ରତିଶତ ମତଦାନ ।
2019 ମସିହା ଠାରୁ ଅଧିକ ଭୋଟ୍ ପାଇଛି ବିଜେଡି । 2019 ନିର୍ବାଚନରେ ବିଜେଡି ପାଇଥିଲା 88 ହଜାର 518 ଖଣ୍ଡ ଭୋଟ୍ ।












Click it and Unblock the Notifications