ପିପିଲି ଉପ ନିର୍ବାଚନ : ସରିଛି ପୋଷ୍ଟାଲ୍ ଭୋଟ୍ ଗଣତି, ଜାରି ରହିଛି ଇଭିଏମ୍ ଭୋଟ୍ ଗଣତି
ପିପିଲି ଉପ ନିର୍ବାଚନର ଫଳାଫଳ ନେଇ ପୋଷ୍ଟାଲ ବୋଟ୍ ଗଣତି ସରିଛି । ଏଥି ସହ ସକାଳ 8.30 ମିନିଟରୁ ଇଭିଏମ୍ ଭୋଟ୍ ଗଣତି ଜାରି ରହିଛି । ପୋଷ୍ଟାଲ ଭୋଟ୍ ଗଣତି ସକାଳ 8ଟାରୁ ଆରମ୍ଭ ହୋଇଥିଲା ।
ପିପିଲି : ପିପିଲି ଉପ ନିର୍ବାଚନର ଫଳାଫଳ ନେଇ ପୋଷ୍ଟାଲ ବୋଟ୍ ଗଣତି ସରିଛି । ଏଥି ସହ ସକାଳ 8.30 ମିନିଟରୁ ଇଭିଏମ୍ ଭୋଟ୍ ଗଣତି ଜାରି ରହିଛି । ପୋଷ୍ଟାଲ ଭୋଟ୍ ଗଣତି ସକାଳ 8ଟାରୁ ଆରମ୍ଭ ହୋଇଥିଲା ।

ପୋଷ୍ଚାଲ ବାଲାଟ୍ ପାଇଁ 1077 ଜଣଙ୍କର ନାମ ଥିବା ବେଳେ 924 ଜଣ ମତଦାନ କରିଥିଲେ । ପିପିଲିରେ ମୋଟ 1 ଲକ୍ଷ 69 ଜାର 980 ଜଣ ମତଦାନ କରିଛନ୍ତି । ଏଥିମଧ୍ୟରୁ 95 ହଜାର 383 ଜଣ ପୁରୁଷ ଓ 84 ହଜାର 587 ଜଣ ମହିଳା ଭୋଟର ମତଦାନ କରିଛନ୍ତି । ପିପିଲି ଉପ ନିର୍ବାଚନ ପାଇଁ ମୋଟ 25 ରାଉଣ୍ଡରେ ଭୋଟ୍ ଗଣତି ହେବ । ପିପିଲିରେ ହୋଇଛି 78.25 ପ୍ରତିଶତ ମତଦାନ ।












Click it and Unblock the Notifications