Get Updates
Get notified of breaking news, exclusive insights, and must-see stories!

ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ ; ମେ 16 ରେ ମତଦାନ, 19 ରେ ଗଣତି, 72 ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ

ମେ 13 ପରିବରତ୍ତେ ୧୬ ରେ ହେବ ମତଦାନ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମେ 13ରେ ଇଦ-ଉଲ-ଫିତର ପଡିବା ନେଇ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି ।

ଭୁବନେଶ୍ୱର : ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ମେ 13 ପରିବରତ୍ତେ ୧୬ ରେ ହେବ ମତଦାନ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମେ 13ରେ ଇଦ-ଉଲ-ଫିତର ପଡିବା ନେଇ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି ।

ପିପିଲି-ଉପନିର୍ବାଚନ

ଏହା ସହିତ ନିର୍ବାଚନକୁ ନେଇ କମିଶନ କୋଭିଡ୍ କଟକଣାକୁ କଡ଼ାକଡ଼ି କରିଛନ୍ତି । ନୂତନ ଗାଇଡଲାଇନ ଅନୁସାରେ 72 ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରଚାର ଶେଷ ହେବ । ଏହା ସହିତ ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମତଦାନ କେନ୍ଦ୍ରରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହ୍ୟାଣ୍ଡ ସାନିଟାଇଜିଂକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ପ୍ରଚାର ସମୟରେ ସମସ୍ତ ଗାଇଡଲାଇନକୁ ପାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ନିର୍ବାଚନୀ ରାଲି, ଶୋଭାଯାତ୍ରା ଆଦି ବନ୍ଦ କରାଯିବା ସହ କେବଳ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିପାରିବେ ବୋଲି କହିଛନ୍ତି ନିର୍ହାଚନ ଅଧିକାରୀ । ନିୟମରେ ଅବହେଳା କଲେ ସ୍ଥାନୀୟ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+