ଯିଏ କରୋନା ଟିକା ନେଇଛି ସେ 'ବାହୁବଳୀ' : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଏହି ଟିକା ପାଇଥିବା ଲୋକଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଯେଉଁମାନେ ଏହି ଟିକାକୁ ନିଜ ବାହୁରେ ନେଇଥାନ୍ତି ସେମାନେ 'ବାହୁବଳୀ' ହୋଇଯାନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇରେ ଟିକା ହେଉଛି ସବୁଠାରୁ ବଡ ଅସ୍ତ୍ର । ଏହି କାରଣରୁ କେନ୍ଦ୍ର ସରକାର କ୍ରମାଗତ ଭାବରେ ଲୋକଙ୍କୁ ଟିକା ନେବାକୁ କହୁଛନ୍ତି । ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଏହି ଟିକା ପାଇଥିବା ଲୋକଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଯେଉଁମାନେ ଏହି ଟିକାକୁ ନିଜ ବାହୁରେ ନେଇଥାନ୍ତି ସେମାନେ 'ବାହୁବଳୀ' ହୋଇଯାନ୍ତି ।

Narendra-Modi

ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ କରୋନା ବିରୋଧରେ ଲଢେଇରେ 40 କୋଟିରୁ ଅଧିକ ଲୋକ 'ବାହୁବଳୀ' ହୋଇଛନ୍ତି। ବର୍ତ୍ତମାନ ଟୀକାକରଣ ଅଭିଯାନ ଆଗକୁ ବଢୁଛି । ଏହି ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେଣୁ ଆମେ ଚାହୁଁ ଯେ ଏଥର ସଂସଦର ଅଧିବେଶନରେ ଉପଯୁକ୍ତ ଆଲୋଚନା ହେବା ଉଚିତ୍ । ପ୍ରଧାନମନ୍ତ୍ରୀ କହି ଛନ୍ତି ଯେ ମୁଁ ଆଶା କରୁଛି ଯେ ଆପଣ ସମସ୍ତେ ଅତିକମରେ ଗୋଟିଏ ଟିକା ପାଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ ମୁଁ ଆପଣ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ କରୋନା ପ୍ରୋଟୋକଲ୍ ଅନୁସରଣ କରିବାରେ ସହଯୋଗ କରନ୍ତୁ । ଯେଉଁମାନେ ଏହି ଟିକାକୁ ନିଜ ବାହୁରେ ନେଇଥାନ୍ତି ସେମାନେ 'ବାହୁବଳୀ' ହୋଇଯାନ୍ତି ।

ଫ୍ଲୋର ଲିଡର୍ସ ମାନଙ୍କ ସହ ଏହି ମାମଲାରେ ଆଲୋଚନା କରାଯିବ, କାରଣ ଏହି ମାମଲାରେ ମୁଁ ସବୁ ଲୋକମାନଙ୍କ ସହ ଲଗାତାର ଚର୍ଚ୍ଚା କରୁଛି । ଦେଶର ଜନତା ଯେଉଁ ବିଷୟରେ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ସରକାର ସେସବୁର ଉତ୍ତର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସଂସଦର ମୗେସୁମୀ ଅଧିବେଶନରେ ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ରହିଛି । ଯେଉଁଥିରେ କରୋନା ସଙ୍କଟ, ଦର ବୃଦ୍ଧି, ତୈଳ ଦରରେ ବୃଦ୍ଧି ଭଳି ଅନେକ ସମସ୍ୟା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+