କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ସିଦ୍ଧୁ କହିଲେ - ହାଇ କମାଣ୍ଡ ନୁହେଁ ପଞ୍ଜାବର ଲୋକମାନେ ନେବେ ନିଷ୍ପତ୍ତି
କଂଗ୍ରେସର ନିର୍ବାଚନୀ ଇସ୍ତାହାର ପୂର୍ବରୁ ସିଦ୍ଧୁ ଚଣ୍ଡିଗଡ଼ରେ ନିଜର ପଞ୍ଜାବ ମଡେଲ ଲଞ୍ଚ କରିଛନ୍ତି । ସିଦ୍ଧୁଙ୍କ ପଞ୍ଜାବ ମଡେଲ ପୋଷ୍ଟରରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀଙ୍କ ଫଟୋ ହଟାଇ ଦିଆଯାଇଛି ।
ଚଣ୍ଡିଗଡ଼ : ରାଜ୍ୟରେ ବିଧାନସଭା ନିର୍ବାତନ ଯେତେ ପାଖେଇ ଆସୁଛି ଶାସକ ଦଳ କଂଗ୍ରେସର ସମସ୍ୟା ବଢିବାରେ ଲାଗିଛି । ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । କିନ୍ତୁ ଶାସକ କଂଗ୍ରେସର ପିଛା ଛାଡ଼ୁନି ସମସ୍ୟା । ଦଳର ରାଜ୍ୟ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ଦଳର ସମସ୍ୟା ବଢାଇଦେଇଛନ୍ତି ।

କଂଗ୍ରେସର ନିର୍ବାଚନୀ ଇସ୍ତାହାର ପୂର୍ବରୁ ସିଦ୍ଧୁ ଚଣ୍ଡିଗଡ଼ରେ ନିଜର ପଞ୍ଜାବ ମଡେଲ ଲଞ୍ଚ କରିଛନ୍ତି । ସିଦ୍ଧୁଙ୍କ ପଞ୍ଜାବ ମଡେଲ ପୋଷ୍ଟରରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀଙ୍କ ଫଟୋ ହଟାଇ ଦିଆଯାଇଛି । ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ପଞ୍ଜାବର ଲୋକମାନେ ସ୍ଥିର କରିବେ ।
ସିଦ୍ଧୁଙ୍କ ଏହି ପଞ୍ଜାବ ମଡ଼େଲରେ କେବଳ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ରହିଛି । ରାଜ୍ୟରେ ମାଫିଆ ରାଜ୍ ନାମରେ ସିଦ୍ଧୁ ନିଜ ଦଳର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସିଦ୍ଧୁ କହିଛନ୍ତି, ପଞ୍ଜାବରେ କେବଳ ମାଫିଆ ରାଜ ଚାଲିଛି । ସମସ୍ତେ କହୁଛନ୍ତି ଯେ ପଞ୍ଜାବର ଭଣ୍ଡାର ଖାଲି ।
ଏହା ସହିତ ଯେତେବେଳେ ଗଣମାଧ୍ୟମ ନବଜୋତ ସିଂହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ଏକ ପ୍ରଶ୍ନ ପଚାରିଲା, ସେ କହିଥିଲେ, ତୁମେ ମୋତେ ଗୋଟିଏ କଥା କୁହ ଯେ ପ୍ରତ୍ୟେକ ବ୍ୟକ୍ତି ସିଏମ ହୋଇପାରିବେ କି ? ଦ୍ୱିତୀୟ କଥା ହେଉଛି ସିଏମ୍ ହାଇ କମାଣ୍ଡ ନୁହେଁ ବରଂ ପଞ୍ଜାବର ଲୋକ ଚୟନ କରନ୍ତି । ପଞ୍ଜାବର ଲୋକମାନେ 5 ବର୍ଷ ପୂର୍ବେ ବିଧାୟକ ନିର୍ବାଚିତ କରିଥିଲେ ଏବଂ ପରେ ସେମାନଙ୍କ ମଧ୍ୟରୁ ସିଏମ୍ ନିର୍ବାଚିତ ହୋଇଥିଲେ । ଏଥର ପଞ୍ଜାବର ଲୋକ ବିଧାୟକ ହେବେ କି ନାହିଁ ତାହା ସ୍ଥିର କରିବାକୁ ପଡିବ ।
ସିଦ୍ଧୁ ଆହୁରି କହିଛନ୍ତି ଯେ, ଯେତେବେଳେ କୌଣସି ଏଜେଣ୍ଡା ଥିବ ସେତେବେଳେ ଏହା ହେବ । ତେଣୁ କୌଣସି ଭ୍ରମରେ ରୁହନ୍ତୁ ନାହିଁ । କେବଳ ପଞ୍ଜାବର ଲୋକଙ୍କୁ ବିଧାୟକ ବାଛିବାକୁ ହେବ ଏବଂ ସେମାନଙ୍କୁ ସିଏମ୍ କରିବାକୁ ପଡିବ । ନିଜ "ପଞ୍ଜାବୀ ମଡେଲ" ଉପରେ ସିଦ୍ଧୁ କହିଛନ୍ତି ଯେ ଏହା ବ୍ୟକ୍ତିଗତ କିମ୍ବା ନିଜ ସେବା ପାଇଁ ପ୍ରସ୍ତୁତ ମଡେଲ ନୁହେଁ । ପଞ୍ଜାବରେ ଫେବୃଆରୀ 14 ରେ ମତଦାନ ହେବ ଏବଂ ମାର୍ଚ୍ଚ 10 ରେ ଭୋଟ୍ ଗଣତି ହେବ । ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହିଁ । ବିଧାନସଭା ନିର୍ବାଚନ ପାଇଁ ନବଜୋତ ସିଂହ ସିଦ୍ଧୁ ରବିବାର ତାଙ୍କ ଦଳର ଡିଜିଟାଲ ଅଭିଯାନ ଆରମ୍ଭ କରିଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications