Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ଆଗରୁ ଭତ୍ତା ପଲିଟିକ୍ସ, ବିଜେପି ରଖିଲା ଏମିତି ଅଫର୍

ଆଉ ଦିନ କେଇଟା ପରେ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ରାଜ୍ୟରେ ସତ୍ତା ହାସଲ କରିବାକୁ କସରତ ଆରମ୍ଭ କରିଦେଲେଣି ରାଜନୈନିତକ ଦଳ । ଶାସକ ବିଜେଡ଼ି ପୁଣି ସରକାରରେ ରହିବାକୁ ଯୋଜନା ପ୍ରସ୍ତୁତି କରୁଥିବା ବେଳେ ବିରୋଧୀ ବିଜେପି ରାଜ୍ୟରେ ଶାସନ ଗାଦି ହାତେଇବାକୁ ଲକ୍ଷ୍ୟ ରଖି କାମ କରୁଛି ।

pension politics

ଏହି କ୍ରମରେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଭତ୍ତା ତୋପ ଥାପୁଛନ୍ତି ରାଜନୈତିକ ଦଳ । ଗତକାଲି ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ ବୃଦ୍ଧି କରିଛନ୍ତି । ଭତ୍ତାକୁ 500 ଟଙ୍କା ବୃଦ୍ଧି କରିଛନ୍ତି । କିନ୍ତୁ ନିର୍ବାଚନ ଆଗରୁ ଏହା ଏକ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ । ବିଜେଡ଼ି ଏହାକୁ ଜନହିତାକାରୀ କହିଥିବା ବେଳେ ବିରୋଧୀ କହିଛନ୍ତି ହିତାଧିକାରୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଭତ୍ତା ବୃଦ୍ଧି କେବଳ ନିର୍ବାଚନୀ ଲଲିପପ ।

ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜେଡି ନିର୍ବାଚନ ଆସିଲେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଲଲିପପ୍ ଧରାଇ ମିଛ ଆଶା ଦେବାରେ ବିଶ୍ୱାସ କରେ । ହେଲେ ବିଜେପି କ୍ଷମତାକୁ ଆସିଲେ ଭତ୍ତା 3000 ହଜାରକୁ ବୃଦ୍ଧି କରିବ । ସେହିପରି ପିସିସି ସଭାପତି କହିଛନ୍ତି ଭତ୍ତା ବଢିବା ପଛରେ ରହିଛି ଭୋଟ ରାଜନୀତି ।

ସବୁ ଜିନିଷର ଦରଦାମ ବୃଦ୍ଧି ଆଗରେ ମିଳୁଥିବା ଭତ୍ତା କିଛି ନୁହଁ ବୋଲି ମଧ୍ୟ କେତେ ହିତାଧିକାରୀ କହିଛନ୍ତି । ତେବେ ନିର୍ବାଚନ ଆଗରୁ ସରକାର ଭତ୍ତା ବୃଦ୍ଧି କରିବା ଏବଂ ସରକାରକୁ ଆସିଲେ ଭତ୍ତା 3000 ଟଙ୍କା କରିବା ପ୍ରଲୋଭନ ଭୋଟରଙ୍କୁ କେତେ ଆକର୍ଷିତ କରୁଛି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+