Get Updates
Get notified of breaking news, exclusive insights, and must-see stories!

ତାଲିବାନୀ ଭାଷାରେ କେନ୍ଦ୍ର ଉପରେ ଆକ୍ରମଣ କଲେ ମେହବୁବା ମୁଫତି, କହିଲେ "ଆମର ଧର୍ଯ୍ୟର ବନ୍ଧ ଭାଙ୍ଗିଯାଏ ..."

ସ୍ୱାଧୀନତା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲୋକଙ୍କର ପରିଚୟ ରକ୍ଷା କରି ଏବଂ ଜାମ୍ମୁ କାଶ୍ମୀରର ନେତୃତ୍ୱକୁ ବିଶେଷ ମାନ୍ୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

ଶ୍ରୀନଗର : ଜାମ୍ମୁ କାଶ୍ମୀରରୁ ଧାରା 370 ହଟିବା ଦୁଇ ବର୍ଷ ପୂରିଛି । କିନ୍ତୁ ଆଜି ମଧ୍ୟ ସ୍ଥାନୀୟ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଲଢେଇ ଜାରି ରଖିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଣି ଥରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା 370 ର ପୁନଃସ୍ଥାପନ ପାଇଁ ଦାବି କରିଛନ୍ତି । ଜାମ୍ମୁ କାଶ୍ମୀରବାସୀଙ୍କ ସହ କଥାବାର୍ତ୍ତା କରିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । କିନ୍ତୁ ଏଥର ମେହବୁବା ମୁଫତି କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ ବୋଲି ଚେତାବନୀ ଦେଇଛନ୍ତି ।

mehbooba mufti

ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି ନେତା ମେହବୁବା ମୁଫତି ଶନିବାର ଏକ କାର୍ଯ୍ୟକ୍ରମରେ ତାଲିବାନର ଉଦାହରଣ ଦେଇ କହିଛନ୍ତି ଯେ "ଆମର ଧର୍ଯ୍ୟ ପରୀକ୍ଷା କରାଯିବା ଉଚିତ ନୁହେଁ । ଯେତେବେଳେ ଆମ ଧର୍ଯ୍ୟର ବନ୍ଧ ଭାଙ୍ଗିବ ସେତେବେଳେ ଆପଣ ରହିବେ ନାହିଁ । ପଡ଼ୋଶୀ(ଆଫଗାନିସ୍ତାନ)ରେ କଣ ହେଉଛି ଦେଖ । ଅଟଳ ବିହାରୀ ବାଜପେୟୀଙ୍କ ଭଳି ମୋଦୀ ସରକାର ମଧ୍ୟ ପାକିସ୍ତାନ ଏବଂ କାଶ୍ମୀର ସହ ଆଲୋଚନା ଆରମ୍ଭ କରିବା ଉଚିତ୍ ।"

କୁଲଗାମରେ ଏକ ସମାବେଶକୁ ସମ୍ବୋଧିତ କରୁଥିବାବେଳେ ମେହବୁବା ମୁଫତି ଏହି ବିବାଦୀୟ ବିବୃତ୍ତି ଦେଇଛନ୍ତି । ଏହି ସମୟରେ ସେ ତାଲିବାନକୁ ନିବେଦନ କରିଛନ୍ତି ଯେ ଏପରି କିଛି କରନ୍ତୁ ନାହିଁ ଯାହା ଫଳରେ ବିଶ୍ୱକୁ ସେମାନଙ୍କ ବିରୁଦ୍ଧରେ ଯିବାକୁ ବାଧ୍ୟ କରିବ । ସେ କହିଛନ୍ତି ଯେ ତାଲିବାନରେ ବନ୍ଧୁକର ଭୂମିକା ବର୍ତ୍ତମାନ ଶେଷ ହୋଇଛି ଏବଂ ସେମାନେ ଲୋକଙ୍କ ପ୍ରତି କିପରି ବ୍ୟବହାର କରିବେ ତାହା ଉପରେ ବିଶ୍ୱ ନଜର ରଖିଛି ।

ତାଙ୍କ ସମ୍ବୋଧନରେ ମେହବୁବା ମୁଫତି ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲୋକଙ୍କର ପରିଚୟ ରକ୍ଷା କରି ଏବଂ ଜାମ୍ମୁ କାଶ୍ମୀରର ନେତୃତ୍ୱକୁ ବିଶେଷ ମାନ୍ୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେତେବେଳେ ଯଦି ବିଜେପି ସରକାରରେ ଥାଆନ୍ତା, ତେବେ ଜାମ୍ମୁ କାଶ୍ମୀର କେବେ ଭାରତର ଏକ ଅଂଶ ହୋଇ ନଥାନ୍ତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+