ପ୍ରାର୍ଥୀ ଆସିବା ଆଗରୁ କଂଗ୍ରେସକୁ ଆଉ ଏକ ଝଟକା, ହାତ ଛାଡ଼ିଦେଲେ ବିଶ୍ୱ ଭୂଷଣ ଦାସ

Odisha Congress: ନିର୍ବାଚନ ଆଗରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଦଳ ଛାଡ଼ୁଛନ୍ତି ଜଣେ ଜଣେ ହେଭିୱେଟ୍ ନେତା । ଏଥି ମଧ୍ୟରେ କଂଗ୍ରେସ ଛାଡିଛନ୍ତି ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ।

Congress

ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ହୋଇନାହିଁ । ବିଶ୍ୱ ଭୂଷଣ ପିସିସି ଉପସଭାପତି ଥିଲେ ।

2009 ଓ 2019 ରେ କାକଟପୁରରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା । ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ୍ ଦବଦବା ଥିଲା । ବିଶ୍ୱ ଭୂଷଣ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+