Get Updates
Get notified of breaking news, exclusive insights, and must-see stories!

ବେରୋଜଗାର-ମୁଦ୍ରାସ୍ଫୀତିରୁ ଦୃଷ୍ଟି ହଟାଇବା ପାଇଁ 'ପଠାନ' ଉପରେ ବିବାଦ ସୃଷ୍ଟି କରୁଛି ବିଜେପି - ରାଜସ୍ଥାନ କଂଗ୍ରେସ

ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିଆଭାସ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରରେ ଶାସକ ଦଳ ବେରୋଜଗାର ଏବଂ ମୂଲ୍ୟ ବୃଦ୍ଧି ଭଳି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପଠାନ ଉପରେ ବିବାଦ ସୃଷ୍ଚି କରୁଛି ।

ଜୟପୁର: ଗତ କିଛି ଦିନ ହେବ 'ପଠାନ୍' ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ଏହି ଫିଲ୍ମର ଏକ ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ପୋଷାକକୁ ନେଇ ବିଜେପି ଓ ଅନ୍ୟ ହିନ୍ଦୁ ସଙ୍ଗଠନ ଏହାର ବିରୋଧ କରୁଛନ୍ତି । ଏହି ସମୟରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିଆଭାସ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରରେ ଶାସକ ଦଳ ବେରୋଜଗାର ଏବଂ ମୂଲ୍ୟ ବୃଦ୍ଧି ଭଳି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ବିନା କାରଣରେ ବିବାଦ ସୃଷ୍ଟି କରୁଛି ବିଜେପି ।

pathan controversy

ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂହ ସରକାରୀ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଛନ୍ତି । ପ୍ରତାପ ସିଂହ କହିଛନ୍ତି, "ଅଶୋକ ଗେହଲୋଟ୍ ସରକାରଙ୍କ ଚାରି ବର୍ଷକୁ କେନ୍ଦ୍ରରେ ମୋଦୀ ଶାସନର ଆଠ ବର୍ଷ ସହିତ ତୁଳନା କରାଯିବା ଉଚିତ୍ । ମୁଦ୍ରାସ୍ଫୀତି ଏବଂ ବେକାରୀ ନିୟନ୍ତ୍ରଣରେ ମୋଦୀ ସରକାରଙ୍କ ଅପେକ୍ଷା ଗେହଲଟ୍ ସରକାର 100 ଗୁଣ ଭଲ ପ୍ରଦର୍ଶନ କରିଛନ୍ତି ।"

ଆପଣଙ୍କୁ କହିରଖୁଛୁ ଯେ ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ 'ବେସରମ ରଙ୍ଗ' ସୋଶାଲ ମିଡିଆରେ ରିଲିଜ ହେବା ପରଠାରୁ ଅନେକ ମନ୍ତ୍ରୀ ଏହି ଗୀତରେ ଆପତ୍ତିଜନକ ଦୃଶ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଦେଶର ହିନ୍ଦୁ ସଂଗଠନ ଦୀପିକା ପାଦୁକୋନଙ୍କ ଏକ ଗୀତରେ ଗେରୁଆ ରଙ୍ଗର ବିକିନି ପିନ୍ଧିବାକୁ ନେଇ ବିରୋଧ କରୁଛନ୍ତି ।
ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର ପ୍ରଥମେ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ । ନରୋତ୍ତମ ମିଶ୍ର କହିଥିଲେ ଯେ ଏହି ଚଳଚ୍ଚିତ୍ର ଦ୍ୱାରା ଲୋକଙ୍କ ଭାବନା ଆହତ ହେଉଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ତଥା ବିଜେପି ନେତା ନରୋତ୍ତମ ମିଶ୍ର ଏକ ଅଲଟିମେଟମ୍ ଦେଇଛନ୍ତି । ମିଶ୍ର ଦାବି କରିଛନ୍ତି ଯେ ଫିଲ୍ମର ନିର୍ମାତାମାନେ "ବେସରମ ରଙ୍ଗ" ଗୀତରୁ "ଆପତ୍ତିଜନକ" ଦୃଶ୍ୟକୁ ହଟାନ୍ତୁ ନଚେତ୍ ମଧ୍ୟପ୍ରଦେଶରେ ଆଇନର ସମ୍ମୁଖୀନ ହେବେ । ଏହି ଗୀତରେ ଦୀପିକାଙ୍କ 'ଗେରୁଆ' ପୋଷାକକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ନରୋତ୍ତମ ମିଶ୍ର କହିଛନ୍ତି ।
କୌତୁହଳର ବିଷୟ, ମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଯୋଗ ଦେଇଥିବା କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳର ନେତା ଡ ଗୋବିନ୍ଦ ସିଂହ କହିଛନ୍ତି ଯେ ଏହି ଗୀତରେ କେବଳ ମହିଳାଙ୍କ ବିଷୟରେ ଅଶ୍ଳୀଳତା ଦେଖାଯାଇଛି । ମଧ୍ୟପ୍ରଦେଶର ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଧମକ ପରେ ଇନ୍ଦୋରରେ ଶାହରୁଖ ଖାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହା ପରେ ଉତ୍ତରପ୍ରଦେଶର ଆଗ୍ରା ଏବଂ ମେରୁଟରେ ମଧ୍ୟ ଏହି ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ଆଗ୍ରାସ୍ଥିତ ଏକ ହିନ୍ଦୁ ସଂଗଠନ ଧମକ ଦେଇଛି ଯେ ଯଦି ଫିଲ୍ମ ସିନେମା ହଲରେ ରିଲିଜ ହୁଏ ତେବେ ପୂରା ଥିଏଟରକୁ ପୋଡ଼ିଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+