ଲୋକସଭା ନେତା ପଦରୁ ହଟିଲେ ଚିରାଗ ପାଶୱାନ, ନୂଆ ନେତା ହେଲେ ପଶୁପତି ପାରସ
ଦଳର ସାଂସଦମାନେ ମଧ୍ୟ ଚିରାଗ ପାସୱାନଙ୍କୁ ଲୋକସଭାରେ ନେତା ପଦରୁ ହଟାଇ ଦେଇଛନ୍ତି । ଦଳର ସାଂସଦମାନେ ସର୍ବସମ୍ମତି କ୍ରମେ ପଶୁପତି କୁମାର ପାରସଙ୍କୁ ଲୋକ ଜନଶକ୍ତି ପାର୍ଟି ସଂସଦୀୟ ଦଳ ନେତା ଭାବରେ ମନୋନୀତ କରିଛନ୍ତି ।
ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟିର ପାଞ୍ଚଜଣ ସାଂସଦ ଦଳର ସଭାପତି ଚିରାଗ ପାସୱାନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି । ଏହି ବିଦ୍ରୋହ ବିହାରର ହାଜିପୁରର ସାଂସଦ ତଥା ଚିରାଗ ପାସୱାନଙ୍କ କକା ପଶୁପତି ପାରସଙ୍କ ନେତୃତ୍ୱରେ ହେଉଥିବାନେଇ କୁହାଯାଉଛି । ଦଳର ସାଂସଦମାନେ ମଧ୍ୟ ଚିରାଗ ପାସୱାନଙ୍କୁ ଲୋକସଭାରେ ନେତା ପଦରୁ ହଟାଇ ଦେଇଛନ୍ତି । ଦଳର ସାଂସଦମାନେ ସର୍ବସମ୍ମତି କ୍ରମେ ପଶୁପତି କୁମାର ପାରସଙ୍କୁ ଲୋକ ଜନଶକ୍ତି ପାର୍ଟି ସଂସଦୀୟ ଦଳ ନେତା ଭାବରେ ମନୋନୀତ କରିଛନ୍ତି । କୁହାଯାଇଛି ଯେ ଜୁନ୍ 13 ରେ ଅନୁଷ୍ଠିତ ବୈଠକରେ ପାରସଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଥିଲା ।

ସୋମବାର ଅପରାହ୍ନରେ ଚିରାଗ ଦିଲ୍ଲୀସ୍ଥିତ ପଶୁପତିଙ୍କ ବାସଭବନରେ ପହଞ୍ଚିଥିଲେ । ଅବଶ୍ୟ, ଏଠାରେ ପହଞ୍ଚିଥିବା ଚିରାଗଙ୍କ ସମ୍ପର୍କର ତିକ୍ତତା ସ୍ପଷ୍ଟ ଦେଖାଯାଉଥିଲା । ଚିରାଗ ପ୍ରାୟ ଅଧ ଘଣ୍ଟା ଅପେକ୍ଷା କରି ଠିଆ ହେବା ପରେ ଗେଟ୍ ଖୋଲାଯାଇଥିଲା ।
ଚିରାଗ ପାଶୱାନ୍ ପାଶୁପତି ପାରସଙ୍କ ଘରେ ପହଞ୍ଚିବା ପରେ କବାଟ ଖୋଲାଯାଇନଥିଲା । ପ୍ରାୟ ଅଧା ଘଣ୍ଚା ବାହାରେ ଅପେକ୍ଷା କରିବା ପରେ ଗେଟ୍ ଖୋଲାଯାଇଥିଲା ଏବଂ ଚିରାଗଙ୍କ କାର ଭିତରକୁ ଗଲା । ଚିରାଗ ପାଶୱାନ ଓ କକା ପଶୁପତି ପାରସଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।
ଲୋକ ଜନଶକ୍ତି ପାର୍ଟିର ପାଞ୍ଚ ଜଣ ସାଂସଦ ଆଜି ଅପରାହ୍ନରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିପାରନ୍ତି । ପଶୁପତି କୁମାର ପାରସ କହିଛନ୍ତି, ଦଳର ପାଞ୍ଚ ଜଣ ସାଂସଦ ଲୋକସହବା ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି । ସେ ଅନୁମତି ଦେଲେ ଆମେ ସାକ୍ଷାତ କରିବୁ ।












Click it and Unblock the Notifications