ପାର୍ଟିରେ କ'ଣ ରହିବ ଆପଣଙ୍କ ଭୂମିକା ? ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ରାହୁଲ କହିଲେ 'ଖାଡ଼ଗେ ଜୀ ନେବେ ନିଷ୍ପତ୍ତି'
ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ ଦଳରେ ତାଙ୍କ ଭୂମିକା ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ କହିଥିଲେ ଯେ ବର୍ତ୍ତମାନ ମୋର ଭୂମିକା କ'ଣ ହେବ ତାହା ଖାଡ଼ଗେ ଜୀ କହିବେ ।
ନୂଆଦିଲ୍ଲୀ : 24 ବର୍ଷ ପରେ କଂଗ୍ରେସ ଦଳ ନୂତନ ଅଧ୍ୟକ୍ଷ ପାଇଛି । ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡ଼ଗେ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଖାଡ଼ଗେ 7 ହଜାର 897 ଭୋଟ୍ ପାଇଥିବା ବେଳେ ଶଶି ଥରୁରଙ୍କୁ ମିଳିଛି ମାତ୍ର 1072 ଭୋଟ୍ ।

ଏଥି ସହିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ଭାରତ ଯୋଡୋ ଯାତ୍ରା ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ କଂଗ୍ରେସରେ ନିର୍ବାଚନ ବିଷୟରେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି କି ? ମୁଁ ଗର୍ବିତ ଯେ କଂଗ୍ରେସରେ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଠିତ ହୋଇଛି । ଖାଲି ସେତିକି ନୁହେଁ, ଲୋକମାନେ କାହିଁକି ବିଜେପି ସମେତ ଅନ୍ୟ ଆଞ୍ଚଳିକ ଦଳର ନିର୍ବାଚନରେ ଆଗ୍ରହୀ ନୁହଁନ୍ତି ?
ଯେତେବେଳେ ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ ଦଳରେ ତାଙ୍କ ଭୂମିକା ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ କହିଥିଲେ ଯେ ବର୍ତ୍ତମାନ ମୋର ଭୂମିକା କ'ଣ ହେବ ତାହା ଖାଡ଼ଗେ ଜୀ କହିବେ ।
ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେ ଦେଶର ଏକମାତ୍ର ରାଜନୈତିକ ଦଳ ଯେଉଁଠାରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୁଏ । କଂଗ୍ରେସର ନିଜସ୍ୱ ନିର୍ବାଚନ ଆୟୋଗ ଅଛି । ଏହି ସମୟରେ ରାହୁଲ ଗାନ୍ଧୀ ମିସ୍ତ୍ରୀଙ୍କ ଭୂମିକା ଉପରେ ଉତ୍ତର ଦେଇଥିଲେ । ସେ କହିଛନ୍ତି ଯେ ମୁଁ ମିସ୍ତ୍ରୀ ଜୀ (କଂଗ୍ରେସ ସିଇସି ସଭାପତି) ଙ୍କ ସହ କାମ କରିଛି, ସେ ସାଧାରଣ ଲୋକ । ଏଥି ସହିତ, ଶଶି ଥରୁରଙ୍କ ପକ୍ଷ ନିର୍ବାଚନରେ ହେରଫେର୍ ଅଭିଯୋଗ ସମ୍ପର୍ରକରେ ସେ କହିଛନ୍ତି ଯାହା ବି ମାମଲା ରହିଛି ତାହା ଆୟୋଗ ନିକଟରେ ରଖାଯିବ ।












Click it and Unblock the Notifications