Get Updates
Get notified of breaking news, exclusive insights, and must-see stories!

ହଟ୍ଟଗୋଳପୂର୍ଣ୍ଣ ରହିଲା ଶୀତ ଅଧିବେଶନ, ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହେଲା ଉଭୟ ଗୃହ

ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ବୁଧବାର ଦିନ ଉଭୟ ଗୃହକୁ ସାଇନ ଡାଏ ରଖାଯାଇଥିଲା । ନଭେମ୍ବର 29 ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବା ନେଇ ନିର୍ଦ୍ଧାରିତ ହୋଇଥିଲା ।

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ବୁଧବାର ଦିନ ଉଭୟ ଗୃହକୁ ସାଇନ ଡାଏ ରଖାଯାଇଥିଲା । ନଭେମ୍ବର 29 ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବା ନେଇ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ବିରୋଧୀଙ୍କ ଲଗାତାର ବିରୋଦ ପ୍ରଦର୍ଶନ ଏବଂ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ଆରମ୍ଭରୁ ବାରମ୍ବାର ମୁଲତବୀ ରହିଥିଲା । ଲକ୍ଷ୍ମୀପୁର ଖେରୀ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଏବଂ 12 ଜଣ ରାଜ୍ୟସଭା ସାଂସଦଙ୍କ ନିଲମ୍ବନକୁ ବିରୋଧ ଦାବିରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହା ସଂସଦର କାର୍ଯ୍ୟକାରିତା ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇଥିଲା । ଅଧିବେଶନ ସମୟରେ ସଂସଦରେ 2 ଟି ବିଲ୍ ଆଗତ କରାଯାଇଥିଲା ଏବଂ 10 ଟି ବିଲ୍ ପାରିତ ହୋଇଥିଲା ।

parliament

ଲୋକସଭାରେ ଏହି ଅଧିବେଶନ ସମୟରେ, 83 ଘଣ୍ଟା 12 ମିନିଟର 18 ଟି ଅଧିବେଶନ ହୋଇଥିଲା । ଲୋକସଭାରେ 82 ପ୍ରତିଶତ କାର୍ଯ୍ୟ ରେକର୍ଡ କରାଯାଇଛି । ରାଜ୍ୟସଭାର ଶୀତକାଳୀନ ଅଧିବେଶନରେ 45.4 ଘଣ୍ଟା ମଧ୍ୟରୁ 21.7 ଘଣ୍ଟା ବିତର୍କରେ ବିତିଥିଲା । ସଂସଦରେ ପାରିତ ହୋଇଥିବା ବିଲ୍ ଉପରେ ଅଧିକ ଆଲୋଚନା ହୋଇନଥିଲା । ଲୋକସଭାରେ 2 ମିନିଟ୍ ବିତର୍କ ଏବଂ ରାଜ୍ୟସଭାରେ 8 ମିନିଟ୍ ବିତର୍କ ପରେ କୃଷି ଆଇନକୁ ରଦ୍ଦ କରିବାକୁ ବିଲ୍ ପାରିତ ହୋଇଛି ।

ଅଧିବେଶନ ଶେଷ ହେବା ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଶୀତକାଳୀନ ଅଧିବେଶନରେ ମୋଟ 18 ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ଏହି ସମୟ ମଧ୍ୟରେ ଲୋକସଭାର ଉତ୍ପାଦକତା 82 ପ୍ରତିଶତ ଥିଲା । ରାଜ୍ୟସଭାର ଉତ୍ପାଦକତା 47 ପ୍ରତିଶତରେ ସୀମିତ ରହିଥିଲା । ଲୋକସଭାର 18 ଟି ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ସମେତ 9 ଟି ବିଲ୍ ପାରିତ ହୋଇଛି । ଏହି ସମୟରେ ଲୋକସଭାରେ 83 ଘଣ୍ଟା 12 ମିନିଟ୍ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ଏହି ଅଧିବେଶନରେ କୃଷି ଆଇନ ରଦ୍ଦ ବିଲ୍ 2021, ଜାତୀୟ ଡ୍ରଗ୍ ଶିକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ ସଂଶୋଧନ ବିଲ୍ 2021, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସଂଶୋଧନ ବିଲ୍ 2021, ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ୍ ପ୍ରତିଷ୍ଠା ସଂଶୋଧନ ବିଲ୍ 2021, ନିର୍ବାଚନ ଆଇନ ସଂଶୋଧନ ବିଲ୍ 2021 ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+