ସଂସଦ ମୌସୁମୀ ଅଧିବେଶନ ପାଇଁ ଜୁଲାଇ 17 ରେ ସର୍ବଦଳୀୟ ବୈଠକ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଜୁଲାଇ 17 ରେ ପୂର୍ବାହ୍ନ 11 ଟା ସମୟରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଜୁଲାଇ 17 ରେ ପୂର୍ବାହ୍ନ 11 ଟା ସମୟରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ । କୁହାଯାଉଛି ଯେ ସର୍ବଦଳୀୟ ବୈଠକରେ ସରକାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବିରୋଧୀ ଦଳଙ୍କ ସହଯୋଗ ଲୋଡିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବୈଠକ ପାଇଁ ସମସ୍ତ ଦଳକୁ ଆମନ୍ତ୍ରଣ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ 18 ରୁ ଆରମ୍ଭ ହୋଇ ଅଗଷ୍ଟ 12 ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ 19 କାର୍ଯ୍ୟଦିବସ ରହିବ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାାରା ଡକାଯାଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ମଲ୍ଲିକାର୍ଜୁନ ଖାଡ଼ଗେ, ଅଧୀର ରଂଜନ ଚୌଧୁରୀଙ୍କ ସମେତ ସମସ୍ତ ଦଳର ଲୋକସଭା ଓ ରାଜ୍ୟସଭାର ଫ୍ଲୋର ନେତାମାନେ ଉପସ୍ଥିତ ରହିବେ । ଜୁଲାଇ 18 ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ସମୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରିବାକୁ ଚାହୁଁଥିବାବେଳେ ଅଗ୍ନିପଥ ଯୋଜନା, ବେକାରୀ ଏବଂ ମୁଦ୍ରାସ୍ଫୀତି, ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ 18 ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ, ଯାହାର ଫଳାଫଳ 21 ଜୁଲାଇରେ ଘୋଷଣା କରାଯିବ ।
ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବାବେଳେ ଉଭୟ ଶାସକ ଦଳ ଏବଂ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି । ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ଜୁଲାଇ 19 ରହିଛି ଏବଂ ଯଦି ଗୋଟିଏରୁ ଜଣେରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ ।












Click it and Unblock the Notifications