ଶିବସେନାର ନାଁ ଓ ଚିହ୍ନ ପରେ ସଂସଦରେ କାର୍ଯ୍ୟାଳୟ ହରାଇଲେ ଠାକରେ ଗୋଷ୍ଠୀ
ଲୋକସଭା ସଚିବାଳୟ କହିଛି ଯେ କୋଠରୀ ନମ୍ବର 128, ସଂସଦ ଗୃହକୁ ଶିବସେନା ସଂସଦୀୟ ଦଳ (ଏକନାଥ ସିନ୍ଦେ ଦଳ) କୁ ଶିବସେନା ସଂସଦୀୟ ଦଳର କାର୍ଯ୍ୟାଳୟ ପାଇଁ ବଣ୍ଟନ କରାଯାଇଛି ।

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଚାଲିଛି । ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଦଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି । କିନ୍ତୁ ନିର୍ବାଚନ କମିଶନ ଦଳର ନାଁ ଓ ନିର୍ବାଚନୀ ଚିହ୍ନକୁ ସିନ୍ଦେ ଗୋଷ୍ଠୀ ବ୍ୟବହାର କରିବାକୁ ଅନୁମତି ଦେଇଛି । ଦଳର ନାଁ ଓ ଚିହ୍ନ ଉପରେ ଅଧିକାର ହରାଇବା ପରେ ବର୍ତ୍ତମାନ ଉଦ୍ଧବ ଗୋଷ୍ଠୀକ ଲାଗିଛି ଆଉ ଏକ ବଡ଼ ଝଟକା । ସିନ୍ଦେ ଗୋଷ୍ଠୀକୁ ମିଳିଛି ସଂସଦର କାର୍ଯ୍ୟାଳୟ ।
ଲୋକସଭା ସଚିବାଳୟ କହିଛି ଯେ କୋଠରୀ ନମ୍ବର 128, ସଂସଦ ଗୃହକୁ ଶିବସେନା ସଂସଦୀୟ ଦଳ (ଏକନାଥ ସିନ୍ଦେ ଦଳ) କୁ ଶିବସେନା ସଂସଦୀୟ ଦଳର କାର୍ଯ୍ୟାଳୟ ପାଇଁ ବଣ୍ଟନ କରାଯାଇଛି ।
ବର୍ତ୍ତମାନ ସଂସଦର କାର୍ଯ୍ୟାଳୟ ମଧ୍ୟ ଉଦ୍ଧବ ଠାକରେଙ୍କ ହାତରୁ ଚାଲିଯାଇଛି । ଲୋକସଭା ସଚିବାଳୟ ସୂଚନା ଦେଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଦଳକୁ ସଂସଦରେ ଶିବସେନା କାର୍ଯ୍ୟାଳୟ ଦିଆଯାଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସିନ୍ଦେ ଦଳର ନାମ ତଥା ଧନୁ-ତୀର ନିର୍ବାଚନ ପ୍ରତୀକ ଉପରେ ନିୟନ୍ତ୍ରଣ ହାସଲ କରିବାର କିଛି ଦିନ ପରେ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଆୟୋଜନ କରିବାକୁ ଘୋଷଣା କରିବାର କିଛି ଦିନ ପରେ ଏହା ଘଟିଛି ।
ଶିବସେନାକୁ ନେଇ ନିର୍ବାଚନ ଆୟୋଗଙ୍କ ବଡ ଆଦେଶ ପରେ ବିଧାୟକ, ସାଂସଦ ତଥା ଅନ୍ୟ ଶିବସେନା ନେତାମାନେ ପ୍ରଥମ ବୈଠକରେ ଯୋଗଦେବେ । ସୂଚନା ଅନୁଯାୟୀ, ଏକ ନୂତନ କାର୍ଯ୍ୟନିର୍ବାହୀ କମିଟିର ନିଯୁକ୍ତି ଭଳି ବୈଠକରେ କିଛି ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି । ଏଠାରେ ଦଳର ନାମ ଓ ପ୍ରତୀକ ହରାଇବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।












Click it and Unblock the Notifications