Get Updates
Get notified of breaking news, exclusive insights, and must-see stories!

ପାଞ୍ଚ ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ, ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଘୋଷଣା ହେଲା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ତାରିଖ । ମୋଟ ପାଞ୍ଚଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଭୁବନେଶ୍ୱର : ଘୋଷଣା ହେଲା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ତାରିଖ । ମୋଟ ପାଞ୍ଚଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ 16 ଫେବୃଆରୀ ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ସେହିପରି 18 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, 20 ତାରିଖରେ ତୃତୀୟ ପର୍ଯ୍ୟାୟ, 22 ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ 24 ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।
ଏହି ନିର୍ବାଚନ ପାଇଁ ସକାଳ 7 ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏନେଇ ଆଜିଠୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

panchayat Election

ରାଜ୍ୟରେ ମୋଟ୍ 91,913 ଟି ୱାର୍ଡରେ ନିର୍ବାଚନ ହେବ । 6794 ଟି ପଞ୍ଚାୟତରେ ସରପଞ୍ଚ, 6793 ପଞ୍ଚାୟତ ସମିତି ସଭ୍ୟ ପାଇଁ ଏବଂ 853 ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । 433 ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନିର୍ବାଚନ ସରିବା ପରେ ବ୍ଲକରେ ହେବ ଭୋଟ୍ ଗଣତି । ମୋଟ୍ ତିନୋଟି ପର୍ଯ୍ୟାୟରେ ହେବ ଭୋଟ୍ ଗଣତି । ମୋଟ 2 କୋଟି 79 ଲକ୍ଷ 35 ହଜାର 520ଜଣ ମତଦାତା ଭୋଟ୍ ଦେଇପାରିବେ ।

କୋଭିଡ୍ ମହାମାରୀକୁ ଦୃଷ୍ଚିରେ ରଖି କଟକଣା କଡ଼ାକଡ଼ି କରାଯାଇଛି । ନିର୍ବାଚନ ପ୍ରଚାର ପାଇଁ କୌଣସି ରାଲି, ସମାବେଶ, ସମ୍ମିଳନୀକୁ ମିଳିବନି ଅନୁମତି । କେବଳ ପାଞ୍ଚ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିପାରିବେ । ଡଜିଟାଲ୍ ମୋଡ୍ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବାକୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+