Get Updates
Get notified of breaking news, exclusive insights, and must-see stories!

'ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ମଧ୍ୟ ରହୁ', ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପିଲ୍ କଲେ କେଜ୍ରିୱାଲ

ଆମ୍ ଆଦମୀ ପାର୍ଟିର ରାଷ୍ଚ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ସହ ଶ୍ରୀ ଗଣେଶ ଏବଂ ଲକ୍ଷ୍ମୀ ଙ୍କ ଫଟୋ ରଖିବାକୁ କହିଛନ୍ତି । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଛନ୍ତି ।

ଦିଲ୍ଲୀ : ହିନ୍ଦୁ କାର୍ଡ଼ ଖେଳିଲେ ଅରବିନ୍ଦ କେଜ୍ରିୱାଲ । ଆମ୍ ଆଦମୀ ପାର୍ଟିର ରାଷ୍ଚ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ସହ ଶ୍ରୀ ଗଣେଶ ଏବଂ ଲକ୍ଷ୍ମୀ ଙ୍କ ଫଟୋ ରଖିବାକୁ କହିଛନ୍ତି । ଏନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ମୁଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ନୋଟରେ ଶ୍ରୀ ଗଣେଶ ଜୀ ଏବଂ ଶ୍ରୀ ଲକ୍ଷ୍ମୀ ଜୀଙ୍କର ଫଟୋ ରଖିବା ପାଇଁ ନିବେଦନ କରୁଛି ।

arvind kejriwal

କେଜ୍ରିୱାଲ କହିଛନ୍ତି ଯେ ଦେଶର ମୁଦ୍ରା ଦୁର୍ବଳ ହେଉଥିବାବେଳେ ଅର୍ଥନୀତି ମଧ୍ୟ ଖସୁଛି । ଯେତେବେଳେ ବି ଆମେ ଅସୁବିଧାରେ ପଡ଼ୁ, ଆମେ ଭଗବାନଙ୍କୁ ମନେ ପକାଉ । ନିକଟରେ ଦୀପାବଳିରେ ଆମେ ସମସ୍ତେ ଶ୍ରୀ ଲକ୍ଷ୍ମୀ ଏବଂ ଶ୍ରୀ ଗଣେଶଙ୍କୁ ପୂଜା କରିଥିଲୁ । ସେ କହିଛନ୍ତି ଯେ ଅତ୍ୟଧିକ ଜଟିଳ ପରିସ୍ଥିତିରେ ମଧ୍ୟ ଆମେ ଭଗବାନଙ୍କ ଉପରେ ଭରସା କରୁ । ଏଭଳି ପରିସ୍ଥିତିରେ ମୋର ଆବେଦନ ହେଉଛି ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଶ୍ରୀ ଲକ୍ଷ୍ମୀ ଏବଂ ଶ୍ରୀ ଗଣେଶ ଜୀଙ୍କ ଫଟୋ ରଖାଯିବା ଉଚିତ୍ ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ଅପିଲ୍ କରିଛନ୍ତି । ଏହି ସମୟରେ ସେ 'ହିନ୍ଦୁତ୍ୱ କାର୍ଡ' ଖେଳିବା ଅଭିଯୋଗ ନେଇ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଏଭଳି ଅଭିଯୋଗ ହୋଇଥାଏ, କିନ୍ତୁ ସତ୍ୟର ଶକ୍ତିକୁ କେହି ଦୁର୍ବଳ କରିପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+