କୃଷକଙ୍କ ସମର୍ଥନରେ ଜନ୍ତର ମନ୍ତର ଯିବେ ସମସ୍ତ ବିରୋଧୀ ଦଳ, ଯୋଗଦେବେ ରାହୁଲ ଗାନ୍ଧୀ
ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି ଯେ ଶୁକ୍ରବାର ଦିନ ସମସ୍ତ ବିରୋଧୀ ଦଳ ଜନ୍ତର ମନ୍ତରକୁ ଯାଇ କୃଷି ଆଇନ ରଦ୍ଦ କରିବାକୁ ଚାଷୀଙ୍କ ଦାବିକୁ ସମର୍ଥନ କରିବେ ।
ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ 19 ଜୁଲାଇରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଦଳଙ୍କ ନାରାବାଜି ଜାରି ରହିଛି । କଂଗ୍ରେସ, ଟିଏମସି ସମେତ ସମସ୍ତ ବିରୋଧୀ ଦଳ ପେଗାସସ୍ ଗୁପ୍ତଚର ତଥା କୃଷି ଆଇନକୁ ନେଇ ରାଜ୍ୟସଭା ଓ ଲୋକସଭାରେ ଆଲୋଚନା ଦାବି କରିବା ସହ ହଙ୍ଗାମା କରୁଛନ୍ତି । ଫଳରେ ଗୋଟିଏ ବି କାର୍ଯ୍ୟଦିବସ ସୁରୁଖୁରୁରେ ଚାଲିପାରିନାହିଁ ।

ଏହି ସମୟରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି ଯେ ଶୁକ୍ରବାର ଦିନ ସମସ୍ତ ବିରୋଧୀ ଦଳ ଜନ୍ତର ମନ୍ତରକୁ ଯାଇ କୃଷି ଆଇନ ରଦ୍ଦ କରିବାକୁ ଚାଷୀଙ୍କ ଦାବିକୁ ସମର୍ଥନ କରିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ କଂଗ୍ରେସର ସାସଂଦ ରାହୁଲ ଗାନ୍ଧୀ ମଧ୍ୟ ଏହି ବିକ୍ଷୋଭରେ ଯୋଗଦେବେ ।
ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳ ନେତାମାନେ ସଂସଦ ଅଧିବେଶନ ପାଇଁ ସେମାନଙ୍କର ଭବିଷ୍ୟତ ଯୋଜନା ବିଷୟରେ ଜାଣିବା ପାଇଁ ଏକ ବୈଠକ କରିଥିଲେ ।
To support farmers' demand for repeal of farm laws, all opposition parties will go to Jantar Mantar today, Rahul Gandhi will also join in. Opposition parties floor leaders will meet today in Parliament: Mallikarjun Kharge, LoP, Rajya Sabha pic.twitter.com/rv2WMG83Dd
— ANI (@ANI) August 6, 2021
ସୂଚନାଯୋଗ୍ୟ ଯେ କୃଷକ ଆନ୍ଦୋଳନ ହେବାର ଆଠ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାପରେ କୃଷକମାନେ କେନ୍ଦ୍ର ସରକାରକୁ ଘେରି ରହିବା ପାଇଁ ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି । କୃଷକମାନେ ସେଠାରେ ସଂସଦ ଚଳାଇ ତିନୋଟି କୃଷି ଆଇନ ବିରୋଧରେ ବିରୋଧ କରୁଛନ୍ତି ।












Click it and Unblock the Notifications