ପାଟନାରେ ନୀତୀଶ କୁମାରଙ୍କ ଶକ୍ତି ପ୍ରଦର୍ଶନ, ଜୁନ୍ 12 ରେ ଏକାଠି ହେବେ ବିରୋଧୀ ଦଳ

Nitish kumar

ପାଟନା : 2024 ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନିଜ ଆଡୁ ରାଜ୍ୟ ରାଜ୍ୟ ଗସ୍ତା କରି ବିରୋଧୀଦଳ ନେତାଙ୍କୁ ଭେଟି ଏକାଠି କାମ କରିବାକୁ ନିବେଦନ କରୁଛନ୍ତି । ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ନୀତୀଶ କୁମାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଅତୀତରେ ଅନେକ ଦଳର ନେତାଙ୍କୁ ଭେଟିବା ପରେ ଖବର ଆସୁଛି ଯେ ବିହାରର ରାଜଧାନୀ ପାଟନାରେ ଖୁବ ଶୀଘ୍ର ସମସ୍ତ ବିରୋଧୀ ଦଳର ଏକ ସମାବେଶ ହେବାକୁ ଯାଉଛି । ବିଜେପି ବିରୋଧୀ ସମସ୍ତ ଦଳ 12 ଜୁନ୍ ରେ ପାଟନାରେ ଏକାଠି ହେବାକୁ ଯାଉଛନ୍ତି । ଏକ ସଭାରେ ନୀତୀଶ କୁମାର ନିଜେ ଏହି ସୂଚନା ଦେଇଛନ୍ତି ।

ଗତ ଲୋକସଭା ନିର୍ବାଚନରେ ମଧ୍ୟ ବିରୋଧୀ ଦଳର ଏକତା ବିଷୟରେ ଆଲୋଚନା ଚାଲିଥିଲା, କିନ୍ତୁ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳ ଅଲଗା ହୋଇ ନିଜ ନିଜ ରାସ୍ତାରେ ନିର୍ବାଚନ ଲଢିଥିଲେ । ଖାଲି ସେତିକି ନୁହେଁ, କେବଳ ଅଳ୍ପ କିଛି ଦଳ ହାତ ମିଳାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରାଜ୍ୟରେ ନୀତିଶ ବିଜେପି ହାତ ଛାଡ଼ି ଆରଜେଡ଼ି ସହ ସରକାର ଗଠ କରିବା ପରଠାରୁ ପୁଣି ଥରେ ବିରୋଧୀମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି ।

ଖବର ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ବୈଠକ ସୂଚାଇ ଦେଇଛି ଯେ ବହୁ ପ୍ରତୀକ୍ଷିତ ବୈଠକ ଜୁନ୍ 12 ରେ ଅନୁଷ୍ଠିତ ହେବ । ଯଦିଓ କୌଣସି ବରିଷ୍ଠ ଜେଡିୟୁ ଅଧିକାରୀ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କିମ୍ବା ଅସ୍ୱୀକାର କରିନାହାଁନ୍ତି, କିନ୍ତୁ ବୈଠକରେ ଉପସ୍ଥିତ ଅନେକ ଲୋକ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏହି ସୂଚନା ନିଜେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ବର୍ଷ ଅଗଷ୍ଟରେ ବିଜେପି ସହ ଅଲଗା ହେବା ଦିନଠାରୁ "ବିରୋଧୀ ଏକତା" କୁ ସମର୍ଥନ କରିଆସୁଛନ୍ତି । ବିହାରରେ ଶାସକ "ମହାଗଠବନ୍ଧନ" ର ନେତୃତ୍ୱ ନେଉଥିବା ନୀତୀଶ କୁମାର 2024 ଲୋକସଭା ନିର୍ବାଚନ ପାଇଁ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ଅଖିଳେଶ ଯାଦବଙ୍କ ଭଳି ବିଜେପି ବିରୋଧୀ ନେତାଙ୍କୁ ଭେଟିଛନ୍ତି ।

ପ୍ରକୃତରେ, ମମତା ବାନାର୍ଜୀ ପାଟନାରେ ବିରୋଧୀ ଦଳର ନେତାଙ୍କ ବୈଠକ ଆୟୋଜନ କରିବାର ଧାରଣା ଦେଇଥିଲେ । "ବିରୋଧୀ ଏକତା" ଅଭିଯାନର ଏକ ଅଂଶ ଭାବରେ ନୀତୀଶ କୁମାର କେବଳ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଭଳି କଂଗ୍ରେସ ସହଯୋଗୀଙ୍କ ସହ ନୁହେଁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭଳି ତାଙ୍କ ବିରୋଧୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+