Get Updates
Get notified of breaking news, exclusive insights, and must-see stories!

ବିଧାନସଭା ଶୂନ୍ୟକାଳରେ ବିରୋଧୀ ଉଠାଇଲେ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ

ଲୋକ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ | ବିରୋଧୀମାନେ ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି | ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ |

ଭୁବନେଶ୍ୱର : ଲୋକ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ | ବିରୋଧୀମାନେ ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି | ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ | ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ | ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟିଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି | ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ପାଠକ ବାପ, ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା |

Odisha_asemby-Pradeep-Panigrahi

ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପାଠକଙ୍କ ବାପ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦକୁ ଆସିଥିଲେ ପ୍ରଦୀପ | ଟାଟାର ଜାଲ ନିଯୁକ୍ତିପତ୍ର ନେଇ ପ୍ରଦୀଙ୍କ ଭୂମିକା ସନ୍ଦେହରେ ଥିଲା | ଏହା ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା | ପାଠକଙ୍କ ସହିତ ବନ୍ଧୁତା ସୁତ୍ରରେ ଆବଦ୍ଧ ହୋଇଥିବା କାରଣରୁ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢିଯାଇଥିଲା । ଏହା ପରେ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଇ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ବେକାର ଯୁବକ ଯୁବତୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିଲା । ଏ ନେଇ ଖୋଳତାଡ ଆରମ୍ଭ ହୋଇଛି । ଠକେଇ ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡିଛି । ପାଠକଙ୍କ ସହ ଲିଙ୍କ୍ ନେଇ ସନ୍ଦେହରେ ଆସିବା ପରେ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+