କୃଷି ଆଇନ ପ୍ରତ୍ୟାହାର ଦାବିରେ ମୋର୍ଚ୍ଚା ବାହାର କଲେ ବିରୋଧୀ, ସଂସଦରୁ ବିଜୟ ଚୌକ ଯାଏଁ କରୁଛନ୍ତି ପଦଯାତ୍ରା

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି ବିରୋଧୀ ଦଳ । ବିରୋଧୀଦଳର ନେତାମାନେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ସଂସଦରୁ ବିଜୟ ଚୌକ ଯାଏଁ ରାଲି କରିଛନ୍ତି । ବହୁ ବିରୋଧୀଦଳ ନେତା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି ବିରୋଧୀ ଦଳ । ବିରୋଧୀଦଳର ନେତାମାନେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ସଂସଦରୁ ବିଜୟ ଚୌକ ଯାଏଁ ରାଲି କରିଛନ୍ତି । ବହୁ ବିରୋଧୀଦଳ ନେତା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

opposition- farm law protest

ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ "ଆଜି ଆମେ ଆପଣଙ୍କ ସହ (ଗଣମାଧ୍ୟମ) କଥା ହେବାକୁ ଆସିଛୁ କାରଣ ଆମକୁ ବିରୋଧୀ ଦଳର ନେତା ଭାବରେ ସଂସଦରେ କହିବାକୁ ଅନୁମତି ଦିଆଯାଉ ନାହିଁ । ଏହା ହେଉଛି ଗଣତନ୍ତ୍ରର ହତ୍ୟା ।"

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, 'ସଂସଦର ଅଧିବେଶନ ଶେଷ ହୋଇଛି, କିନ୍ତୁ ଅଧିବେଶନ ସମୟରେ ଦେଶର 60 ପ୍ରତିଶତ ଲୋକଙ୍କ ସ୍ୱରକୁ ଦବାଯାଇଛି ଏବଂ ଅପମାନିତ କରାଯାଇଛି । କେବଳ ଏତିକି ନୁହେଁ, ରାଜ୍ୟସଭାରେ ସାଂସଦମାନେ ଆହତ ହୋଇଛନ୍ତି । ବିରୋଧୀଙ୍କୁ ସଂସଦରେ ସେମାନଙ୍କର ମତ ରଖିବାକୁ ସୁଯୋଗ ଦିଆଯାଇନଥିଲା । ଗତକାଲି ମହିଳା ସାଂସଦଙ୍କ ସହ ଯାହା ଘଟିଥିଲା ​​ତାହା ଗଣତନ୍ତ୍ର ବିରୁଦ୍ଧରେ । ଲାଗୁଥିଲା ଯେ ଆମେ ପାକିସ୍ତାନ ସୀମାରେ ଛିଡା ହୋଇଛୁ ।'

ସୂଚନାଯୋଗ୍ୟ ଯେ ଏଥର ସଂସଦ ମୌସୁମୀ ଅଧିବେଶନରେ ମଧ୍ୟ କୃଷି ଆଇନ ବିରୋଧରେ ବିରୋଧୀ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ । ଏଥି ସହ କୃଷକମାନେ ଏହି ଆଇନ ପ୍ରତ୍ୟାହାର ପାଇଁ ବିଗତ 9 ମାସ ଧରି ଦାବି କରିଆସୁଛନ୍ତି । କିନ୍ତୁ ଅପରପକ୍ଷରେ କେନ୍ଦ୍ର ସରକାର କ୍ରମାଗତ ଭାବରେ ଏହି କୃଷି ନିୟମ ସପକ୍ଷରେ ରହିବା ସହ ଏହାକୁ ପ୍ରତ୍ୟାହାର କରିବା ଦାବିକୁ ଖଣ୍ଡନ କରିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+