ଶରଦ ପାୱାରଙ୍କ ଘରେ ଏକାଠି ହେଲେ ବିରୋଧୀ ଦଳ ନେତା, ଉପସ୍ଥିତ ଅଛନ୍ତି ଏହି ଦଳର ନେତା

ଟିଏମସି ନେତା ଯଶବନ୍ତ ସିହ୍ନା, ଏନସିପିର ମାଜିଦ୍ ମେମନ୍ ଏବଂ ବନ୍ଦନା ଚୌହାନ, ସିପିଆଇରୁ ରାଜ୍ୟସଭା ସାଂସଦ ବିନୟ ବିଶ୍ୱମ ଆଦି ପାୱାରଙ୍କ ଘରେ ପହଞ୍ଚିଛନ୍ତି । ଏହି ସଭାରେ ଶରଦ ପାୱାର ଏବଂ ଯଶୱନ୍ତ ସିହ୍ନା ଅଧ୍ୟକ୍ଷତା କରିବେ ।

ନୂଆଦିଲ୍ଲୀ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ଦଳର ନେତା ତଥା ବିଶିଷ୍ଟ ବିଶେଷଜ୍ଞମାନେ ଆଜି ବୈଠକ କରୁଛନ୍ତି । ରାଷ୍ଟ୍ର ମଞ୍ଚର ଏହି ବୈଠକରେ ବିଭିନ୍ନ ଦଳର ନେତାମାନେ ପହଞ୍ଚିଛନ୍ତି । ଟିଏମସି ନେତା ଯଶବନ୍ତ ସିହ୍ନା, ଏନସିପିର ମାଜିଦ୍ ମେମନ୍ ଏବଂ ବନ୍ଦନା ଚୌହାନ, ସିପିଆଇରୁ ରାଜ୍ୟସଭା ସାଂସଦ ବିନୟ ବିଶ୍ୱମ ଆଦି ପାୱାରଙ୍କ ଘରେ ପହଞ୍ଚିଛନ୍ତି । ଏହି ସଭାରେ ଶରଦ ପାୱାର ଏବଂ ଯଶୱନ୍ତ ସିହ୍ନା ଅଧ୍ୟକ୍ଷତା କରିବେ ।

Sharad-Power

ଏହି ନେତାଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ଶୁଶିଲ ଗୁପ୍ତା, ସମାଜବାଦୀ ପାର୍ଟିର ଘନଶ୍ୟାମ ତିୱାରୀ, ଆରଏଲଡିରୁ ଜୟନ୍ତ ଚୌଧୁରୀ, ସିପିଏମ୍ ର ନିଲୋତ୍ପଲ ବାସୁ, ବରିଷ୍ଠ ଆଡଭୋକେଟ୍ କେ ଟି ଏସ୍ ତୁଲସୀ, ସାମ୍ବାଦିକ କରଣ ଥାପର, ଆଶୁତୋଷ, ପୂର୍ବତନ ରାଜନୀତିଜ୍ଞ କେ.ସି ସିଂ ମଧ୍ୟ ଯୋଗ ଦେଇଛନ୍ତି । ଏଥି ସହ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଗୀତିକାର ଜାଭେଦ ଅଖତର ମଧ୍ୟ ଏହି ସଭାରେ ଯୋଗ ଦେଇଛନ୍ତି ।

ବୈଠକ ପାଇଁ ଆସିଥିବା ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି, "ସବୁଠାରୁ ଘୃଣା ସରକାର, ଯାହା ବିଫଳ ହୋଇଛି, ଏହା ବିରୁଦ୍ଧରେ ଏହା ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ବାମପନ୍ଥୀ ଦଳର ଏକ ମଞ୍ଚ । ଦେଶରେ ପରିବର୍ତ୍ତନର ଆବଶ୍ୟକ । ଲୋକମାନେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+