କଂଗ୍ରେସକୁ ଅଣଦେଖା କରି ହେବ ତୃତୀୟ ଫ୍ରଣ୍ଟ, ଏଥିଲାଗି ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି
କଂଗ୍ରେସ ବିନା ତୃତୀୟ ଫ୍ରଣ୍ଟ ପ୍ରସ୍ତୁତ କରିବାକୁ ଏଥର ଉଦ୍ୟମ କରାଯାଉଛି । ଏନେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦଳ ମଧ୍ୟ ସହମତ ହୋଇଛନ୍ତି । ତୃତୀୟ ଫ୍ରଣ୍ଟ କଂଗ୍ରେସ ବିନା ହେବା ଉଚିତ୍ ସେ ନେଇ କିଛି ବିରୋଧୀ ପ୍ରସ୍ତୁତି କରୁଛନ୍ତି ।

ବିରୋଧୀ ଦଳ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଥି ମଧ୍ୟରେ ଶାସକ ବିଜେପିକୁ ମାତ୍ ଦେବା ପାଇଁ ପୁଣି ଥରେ ତୃତୀୟ ମିଳିତ ମଞ୍ଚ ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ବିନା ତୃତୀୟ ଫ୍ରଣ୍ଟ ପ୍ରସ୍ତୁତ କରିବାକୁ ଏଥର ଉଦ୍ୟମ କରାଯାଉଛି । ଏନେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦଳ ମଧ୍ୟ ସହମତ ହୋଇଛନ୍ତି । ତୃତୀୟ ଫ୍ରଣ୍ଟ କଂଗ୍ରେସ ବିନା ହେବା ଉଚିତ୍ ସେ ନେଇ କିଛି ବିରୋଧୀ ପ୍ରସ୍ତୁତି କରୁଛନ୍ତି । ଏହି ତିନି ଦଳ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏ ସବୁ ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି କୋଲକାତାରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏଥି ସହିତ ଆସନ୍ତା ସପ୍ତାହରେ ମମତା ବାନାର୍ଜୀ ଓଡିଶା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବେ । ଏହି ସମୟରେ ମମତା ତୃତୀୟ ପ୍ରଣ୍ଟରେ ବିଜେଡ଼ିର ସହମତି ଲୋଡ଼ିପାରନ୍ତି ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।
ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବିରୋଧୀଦଳର ଚେହେରା ଭାବେ ବାରମ୍ବାର ପ୍ରୋଜେକ୍ଟ କରିଆସୁଛି । ରାହୁଲ ଗାନ୍ଧୀଙ୍କ ମାଧ୍ୟମରେ ସମସ୍ତ ବିରୋଧୀ ଦଳକୁ ଟାର୍ଗେଟ କରୁଛି ବିଜେପି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଦଳମାନେ କଂଗ୍ରେସଠାରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କୁ ଗୃହରେ କହିବାକୁ ଦିଆଯାଉନାହିଁ । ଏହା ସହିତ ରାହୁଲ ଗାନ୍ଧୀ ଦେଶର ଗଣତନ୍ତ୍ର ଏବଂ ବର୍ତ୍ତମାନର ସରକାର ଉପରେ ଅନେକ ସମାଲୋଚନା କରିଥିଲେ । ଏହା ପରେ ବିଜେପି ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ମାଗିବାକୁ ଦାବି କରୁଛି । ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ କଂଗ୍ରେସଠାରୁ ନିଜକୁ ଦୂରେଇ ଯାଉଥିବା ଦେଖାଯାଉଛି ।
କଂଗ୍ରେସ ବିରୋଧୀଙ୍କ ବିଗ୍ ବସ୍ ନୁହଁ
ଏ ସବୁ କସରତ ମଧ୍ୟରେ ଟିଏମସି ସାଂସଦ ସୁଦୀପ ବାନ୍ଦୋପାଧ୍ୟାୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶରେ ଏକ ବିବୃତ୍ତି ଦେଇଛନ୍ତି, ରାହୁଲ ଗାନ୍ଧୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ବିଜେପି ଗୃହକୁ ଚଳାଇ ଦେବ ନାହିଁ । ଏହାର ଅର୍ଥ ଏହି ଲୋକମାନେ ଗୃହ ଚଳାଇବାକୁ ଚାହୁଁନାହାଁନ୍ତି, ଏଥିପାଇଁ ସେମାନେ କଂଗ୍ରେସର ବ୍ୟବହାର କରୁଛନ୍ତି । ବିଜେପି ଚାହୁଁଛି ରାହୁଲ ଗାନ୍ଧୀ ବିରୋଧୀଙ୍କ ଚେହେରା ହୁଅନ୍ତୁ, ଯାହାକି ବିଜେପିକୁ ଫାଇଦା ଦେବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବା ଉଚିତ ତାହା ଚୟନ କରିବାର କୌଣସି ଆବଶ୍ୟକତା ନାହିଁ । କଂଗ୍ରେସ ବିରୋଧୀ ଦଳର ବିଗ୍ ବସ୍ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ୍ ।
ଏଥି ସହିତ ଟିଏମସି ସାଂସଦ କହିଛନ୍ତି ଯେ ମାର୍ଚ୍ଚ 23 ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହି ବୈଠକରେ ଆମେ ବିଜେପି ଏବଂ କଂଗ୍ରେସଠାରୁ ଦୂରତା ରଖିବା ବିଷୟରେ ଆଲୋଚନା କରିବା ସହିତ ଅନ୍ୟ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିବୁ । ଏହା ତୃତୀୟ ଫ୍ରଣ୍ଟ ହେବ ବୋଲି ଆମେ କହୁନାହୁଁ, କିନ୍ତୁ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଆଞ୍ଚଳିକ ଦଳର ଶକ୍ତି ଅଛି । ଏପରିକି ଅଖିଳେଶ ଯାଦବ ନିଜେ ନିଶ୍ଚିତ କରିଛନ୍ତି ଯେ ଆମେ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମାନ ଦୂରତା ବଜାୟ ରଖିବାକୁ ଚାହୁଁଛୁ ।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅଖିଳେଶ ଯାଦବ କହିଛନ୍ତି ଯେ ବଙ୍ଗଳାରେ ଆମେ ମମତା ଦିଦିଙ୍କ ସହ ଅଛୁ, ବର୍ତ୍ତମାନ ଆମର ସ୍ଥିତି ହେଉଛି ଯେ ଆମେ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଚାହୁଁଛୁ । ଯେଉଁମାନେ ବିଜେପିର ଟିକା ନେଇଛନ୍ତି ସେମାନଙ୍କୁ ସିବିଆଇ, ଇଡି କିମ୍ବା ଆଇଟିକୁ ଭୟ ନାହିଁ ।
ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଲାଲୁ ଯାଦବଙ୍କ ପରିବାର ଆମ୍ ଆଦମୀ ଦଳର ନେତାଙ୍କ ବିରୋଧରେ ଯେପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି, ଏହା ପରେ ବିରୋଧୀମାନେ ଲଗାତାର ବିଜେପି ଉପରେ ଆକ୍ରମଣ କରୁଛନ୍ତି ।
ତେବେ ଦେଶର ସବୁଠାରୁ ପୂରାତନ ଦଳ କଂଗ୍ରେସକୁ ସାଥିରେ ନ ନେଇ ଆଞ୍ଚଳିକ ଦଳ ତୃତୀୟ ପ୍ରଣ୍ଟ ଗଠନ କରିବା ଏବଂ ବିଜେପିକୁ ମାତ୍ ଦେବାରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବା ବାକି ରହିଲା ।












Click it and Unblock the Notifications