Get Updates
Get notified of breaking news, exclusive insights, and must-see stories!

କେରଳରେ କେତେ ଆସନରେ ଫୁଟିବ ପଦ୍ମ, ଓପିନିଅନ୍ ପୋଲ ସର୍ଭେ ହଜାଇ ଦେବ ବିଜେପି ନିଦ

କେରଳରେ ବିଧାନସଭା ନିର୍ବାଚନର ଏକ ବଡ଼ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ରାଜ୍ୟରେ ବିଜେପିର ନିଦ ହଜାଇଦେବ ବୋଲି କୁହାଯାଉଛି ।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମହଲର ବେଶ୍ ସରଗରମ୍ ରହିଛି । ବିଶେଷ କରି ପଶ୍ଚିମବଙ୍ଗ ଓ କୋରଳ ରାଜ୍ୟ ଉପରେ କେନ୍ଦ୍ରରେ ସରକାର ଚଳାଉଥିବା ବିଜେପିର ଧ୍ୟାନ ରହିଛି । ଏହି ଦୁଇ ରାଜ୍ୟରେ ଜିତିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ଖର୍ଚ୍ଚ କରୁଛି । 140 ବିଧାନସଭା ଆସନ ବିଶିଷ୍ଟ କେରଳ 6 ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଗରହଣ କରାଯିବ । ଏଥିଲାଗି ମାର୍ଚ୍ଚ 19 ତାରିଖରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଏହା ପରେ ମେ 2 ତାରିଖରେ ଅନ୍ୟ ରାଜ୍ୟ ସହିତ ଏହି ରାଜ୍ୟର ମଧ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ମଧ୍ୟରେ କେରଳରେ ବିଧାନସଭା ନିର୍ବାଚନର ଏକ ବଡ଼ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ରାଜ୍ୟରେ ବିଜେପିର ନିଦ ହଜାଇଦେବ ବୋଲି କୁହାଯାଉଛି ।

vijay-rupani

LDFକୁ ମିଳିପାରେ ଏତିକି ଆସନ

କେରଳରେ ବର୍ତ୍ତମାନ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF)ର ମିଳିତ ସରକାର ଅଛି । ଏବିପି ସିଭୋଟର୍ ମତାମତ ସର୍ଭେ ଅନୁଯାୟୀ, କେରଳର ସିଏମ୍ ପିନାରାଇ ବିଜୟଙ୍କ ନେତୃତ୍ୱରେ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ସରକାର ପୁଣି ଥରେ ଗଠନ ହୋଇପାରେ । ସର୍ଭେରେ କୁହାଯାଇଛି ଯେ କେରଳର 140 ଟି ସିଟ୍ ମଧ୍ୟରୁ LDFକୁ 77 ରୁ 85 ଟି ସିଟ୍ ମିଳିବାର ଆକଳନ କରାଯାଉଛି ।

modi-shah

ବିଜେପି ଆକାଉଣ୍ଟରେ ପଡ଼ିବ କେତେ ସିଟ୍

ସର୍ଭେ ରିପୋର୍ଟ ଆନୁସାରେ, କଂଗ୍ରେସ ନେତୃତ୍ୱାଧୀନ UDF ଗଠବନ୍ଧନ ମଧ୍ୟ ଭଲ ପ୍ରଦର୍ଶନ କରି ପ୍ରାୟ 54 ରୁ 62 ଆସନ ଅକ୍ତିଆ କରି ଅପେକ୍ଷାକୃତ ଭଲ ସ୍ଥିତିରେ ରହିପାରେ । ଏହାପୂର୍ବରୁ, 2016 ବିଧାନସଭା ନିର୍ବାଚନରେ ​​UDF 47 ଟି ସିଟ୍ ଜିତିଥିଲା । ମତାମତ ଅନୁଯାୟୀ, କେରଳରେ ବିଜେପି ବର୍ତ୍ତମାନ ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି ଏବଂ ଏହାକୁ ମାତ୍ର 0 ରୁ 2 ଟି ଆସନ ମିଳପାରେ ବୋଲି କୁହାଯାଇଛି ।

ଗଠବନ୍ଧନର କମିପାରେ ଭୋଟ୍ ସେୟାରିଂ

ସର୍ଭଏ ଅନୁସାରେ, ଚଳତି ବର୍ଷ ବିଧାନସଭା ନିର୍ବାଚନରେ ଉଭୟ ଗଠବନ୍ଧନ ଓ ବିଜେପିର ଭୋଟ୍ ସେୟାର କମିପାରେ ବୋଲି ଆକଳନ କରାଯାଇଛି । ଏହା ଅନୁସାରେ, 2016 ତୁଳନାରେ, ଏଥର କେରଳ ବିଧାନସଭା ନିର୍ବାଚନରେ ​​LDF 0.6 ପ୍ରତିଶତ, UDF 0.9 ପ୍ରତିଶତ ଏବଂ ବିଜେପି 0.3 ପ୍ରତିଶତ ଭୋଟ୍ ଅଂଶ ହରାଇପାରେ । ଏହାପୂର୍ବରୁ 2016 କେରଳ ବିଧାନସଭା ନିର୍ବାଚନରେ ​​LDF 91 ଟି ଆସନ ଜିତିବା ସହ କଂଗ୍ରେସ ନେତୃତ୍ୱାଧୀନ UDF 47 ଟି ସିଟ୍ ଅକ୍ତିଆର କରିଥିଲା । କେରଳରେ ସରକାର ଗଠନ ପାଇଁ ଅତିକମରେ 71 ଟି ଆସନ ଆବଶ୍ୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+