ଯାଞ୍ଚ ସମୟରେ ବିଜେପି ନେତାଙ୍କ କାରରୁ ମିଳିଲା ନୋଟ ଭର୍ତ୍ତି ବ୍ୟାଗ, ଜବତ କଲା ପୋଲିସ୍
ଭାରତୀୟ ଜନତା ପାର୍ଟି ନେତାଙ୍କ କାରରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍ । ଏଥିରୁ ଏକ କୋଟି ଟଙ୍କାର ନଗଦ ଟଙ୍କା ମିଳିଛି । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ପୋଲିସ ଯାଞ୍ଚ ସମୟରେ ଚେଲାମେଡା ଚେକ୍ ପୋଷ୍ଟରେ ବିଜେପି ନେତାଙ୍କୁ ଅଟକାଇ ଦିଆଯାଇଥିଲା ।
ହାଇଦ୍ରାବାଦ : ଭାରତୀୟ ଜନତା ପାର୍ଟି ନେତାଙ୍କ କାରରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍ । ଏଥିରୁ ଏକ କୋଟି ଟଙ୍କାର ନଗଦ ଟଙ୍କା ମିଳିଛି । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ପୋଲିସ ଯାଞ୍ଚ ସମୟରେ ଚେଲାମେଡା ଚେକ୍ ପୋଷ୍ଟରେ ବିଜେପି ନେତାଙ୍କୁ ଅଟକାଇ ଦିଆଯାଇଥିଲା । ଯାଞ୍ଚ ସମୟରେ ତାଙ୍କଠାରୁ ଏକ କୋଟି ଟଙ୍କା ପାଇଲେ, ତାଙ୍କୁ ଏ ବିଷୟରେ ପଚରାଯାଇଥିଲା । କିନ୍ତୁ ଟଙ୍କା କେଉଁଠୁ ଆସିଲା ସେ ସ୍ପଷ୍ଟ ଭାବେ ବୁଝାଇ ପାରି ନଥିଲେ । ଏହା ପରେ ପୋଲିସ ଟଙ୍କା ଜବତ କରିଛି ।

ଆପଣଙ୍କୁ କହି ରଖୁଛୁ ନାଲଗୋଣ୍ଡାର ମୁନୁଗୋଡେ ବିଧାନସଭା ଆସନ ପାଇଁ ନଭେମ୍ବର 3 ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ପୋଲିସ ହାତରେ ଏତେ ପରିମାଣର ଟଙ୍କା ଧରା ପଡ଼ିବା ନେଇ ପ୍ରଶ୍ନ ଉଠିଛି ।
ରିପୋର୍ଟ ଅନୁଯାୟୀ, ନାଲଗୋଣ୍ଡା ପୋଲିସ ଅଧୀକ୍ଷକ ରେମା ରାଜେଶ୍ୱରୀ କହିଛନ୍ତି ଯେ ଅକ୍ଟୋବର 17 ରେ ପୋଲିସ ଟିମ୍ ଏଠାରେ ନିୟମିତ ଯାଞ୍ଚ କରୁଥିଲେ । ଏହି ସମୟରେ ପୋଲିସ ଚେଲାମେଡା ଚେକ୍ ପୋଷ୍ଟରେ ଟାଟା ସଫାରି ଗାଡିକୁ ଅପରାହ୍ନ 3 ଟାରେ ଅଟକାଇଥିଲା । କାରଟିକୁ ଏସ୍ ବେଣୁ ନାମକ ଜଣେ ବ୍ୟକ୍ତି ଚଲାଉଥିଲେ । ସେ ତେଲେଙ୍ଗାନାର କରିମନଗରରୁ ବିଜେପି କାଉନସିଲର ସିଜେ ବେଣୁଙ୍କ ପିତା । କାର ଯାଞ୍ଚ ସମୟରେ ଯେତେବେଳେ କାରର ଡିକି ଖୋଲିବାକୁ କୁହାଗଲା, ସେତେବେଳେ ଏକ ବଡ ବ୍ୟାଗ ମିଳିଥିଲା ଯେଉଁଥିରେ ବହୁ ଟଙ୍କା ଥିଲା ।
ଯେତେବେଳେ ଟଙ୍କା ଗଣାଗଲା, ଏଥିରେ ଏକ କୋଟି ଟଙ୍କା ଥିବା ଜଣାପଡ଼ିଥିଲା । ବେଣୁ ଏ ନେଇ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ । ଏହା ପରେ ପୋଲିସ ଟଙ୍କା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଅର୍ଥ ଆୟକର ବିଭାଗକୁ ପଠାଯାଇଛି ।












Click it and Unblock the Notifications