କେନ୍ଦ୍ରକୁ ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, 'ତାଲିବାନ ଏକ ଆତଙ୍କବାଦୀ ସଂଗଠନ କି ନୁହେଁ, ସ୍ପଷ୍ଟ କରନ୍ତୁ ମୋଦୀ ସରକାର'

ଓମାର ଅବଦୁଲ୍ଲା କହିଛନ୍ତି ଯେ, ସରକାର ସ୍ପଷ୍ଟ କରିବା ଉଚିତ କି ସରକାର ତାଲିବାନକୁ ଆତଙ୍କବାଦୀ ସଂଗଠନ ବୋଲି ଭାବୁଛନ୍ତି କି ନାହିଁ ?

ନୂଆଦିଲ୍ଲୀ : 20 ବର୍ଷ ଧରି ଚାଲିଥିବା ସାମରିକ ମିଶନ ପରେ ଆମେରିକାର ସୈମାନେ ଆଫଗାନିସ୍ତାନରୁ ଓହରି ଯାଇଛନ୍ତି ଏବଂ ତାଲିବାନ ଦେଶ ଉପରେ ସମ୍ପୂର୍ଣ୍ଣ ଅକ୍ତିଆର କରିଛି । ତେବେ ଆଫଗାନିସ୍ତାନ ଦଖଲ କରିବା ସହିତ ତାଲିବାନ କହିଛି ଯେ ଏହା ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି । ଏହି ସମୟରେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଲିବାନ ସହ ଦୋହାରେ ହୋଇଥିବା ଆଲୋଚନାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓମାର ଅବଦୁଲ୍ଲା କହିଛନ୍ତି ଯେ, ସରକାର ସ୍ପଷ୍ଟ କରିବା ଉଚିତ କି ସରକାର ତାଲିବାନକୁ ଆତଙ୍କବାଦୀ ସଂଗଠନ ବୋଲି ଭାବୁଛନ୍ତି କି ନାହିଁ ?

omar abdullah

ବାସ୍ତବରେ ମଙ୍ଗଳବାର ଦିନ ଦୋହା ଠାରେ ତାଲିବାନର ନେତା ଏବଂ କତାରର ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବାର୍ତ୍ତାଳାପକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରି ଓମାର ଅବଦୁଲ୍ଲା କହିଛନ୍ତି, 'ତାଲିବାନ ଆତଙ୍କବାଦୀ ସଂଗଠନ କି ନାହିଁ, ସରକାର ଆମକୁ ସ୍ପଷ୍ଟ ଭାବରେ ଏହା କହିବା ଉଚିତ୍ । ସରାକର ତାଲିବାନକୁ କିପରି ଦେଖୁଛନ୍ତି ? ଯଦି ତାଲିବାନ ଆତଙ୍କବାଦୀ ସଂଗଠନ, ତେବେ ଆପଣ ସେମାନଙ୍କ ସହ କାହିଁକି କଥାବାର୍ତ୍ତା କରୁଛନ୍ତି ? ଏବଂ, ଯଦି ତାଲିବାନ ଆତଙ୍କବାଦୀ ସଂଗଠନ ନୁହେଁ, ତେବେ ଆପଣ ମିଳିତ ଜାତିସଂଘରେ ଏହା ବିରୁଦ୍ଧରେ ଯିବେ କି ? ଏହା ଉପରେ ନିଷ୍ପତ୍ତି ନିଅନ୍ତୁ ।'

ଆପଣଙ୍କୁ କହିରଖୁଛୁ ଯେ ସୋମବାର ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ମଙ୍ଗଳବାର ଦିନ ଦୋହା ଠାରେ ତାଲିବାନ ଏବଂ ଭାରତ ମଧ୍ୟରେ ପ୍ରଥମ ଆଲୋଚନା ହୋଇଥିଲା । ତାଲିବାନ ଦ୍ୱାରା ଏହି ଆଲୋଚନା ଆରମ୍ଭ ହୋଇଥିଲା, ଏହା ପରେ କତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଦୋହାରେ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇଙ୍କୁ ଭେଟିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀପକ ମିତ୍ତଲ ତାଲିବାନ ନେତାମାନଙ୍କୁ କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦ ପାଇଁ କୌଣସି ପ୍ରକାରେ ବ୍ୟବହାର କରାଯିବା ଉଚିତ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+