'ବିଜେପି ଏକ ବୁଡ଼ି ଯାଉଥିବା ଡଙ୍ଗା, ଆମେ ସେଥିରେ ଚଢିବୁ ନାହିଁ'

ବିଜେପି ଏକ ବୁଡ଼ି ଯାଉଥିବା ଡଙ୍ଗା, ଯାହାକୁ ସେମାନଙ୍କ ରଥରେ ଚଢିବାରେ ଅଛି ଚଢନ୍ତୁ, କିନ୍ତୁ ଆମେ ଚଢିବୁ ନାହିଁ । ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେମାନେ ପଛୁଆ ବର୍ଗଙ୍କୁ ମନେ ପକାନ୍ତି ।

ଲକ୍ଷ୍ନୌ : ଆସନ୍ତା ବର୍ଷ ଅର୍ଥାତ୍ 2022 ମସିହାରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହି ସମୟରେ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହବାରେ ଲାଗିଛି । 2022 ର ନିର୍ବାଚନ ଯୁଦ୍ଧରେ ପ୍ରବେଶ କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା ଆରମ୍ଭ କରିଛି । ଆପ୍ନା ଦଳ (ଏସ୍) ଏବଂ ନିଶାଦ ପାର୍ଟି ପରେ ବିଜେପି ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ସଭାପତି ଓମ ପ୍ରକାଶ ରାଜଭରଙ୍କୁ ମିଳିତ ମଞ୍ଚକୁ ଫେରିବା ପାଇଁ ଦ୍ୱାର ଖୋଲିଛି । କିନ୍ତୁ, ତାଙ୍କ ଦଳ ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ଓମ ପ୍ରକାଶ ରାଜଭର ଘୋଷଣା କରିଛନ୍ତି ।

om prakash rajbhar

ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଶୁକ୍ରବାର ଦିନ ଟ୍ୱିଟ୍ କରି ଲେଖିଛନ୍ତି, ''ବିଜେପି ଏକ ବୁଡ଼ି ଯାଉଥିବା ଡଙ୍ଗା, ଯାହାକୁ ସେମାନଙ୍କ ରଥରେ ଚଢିବାରେ ଅଛି ଚଢନ୍ତୁ, କିନ୍ତୁ ଆମେ ଚଢିବୁ ନାହିଁ । ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେମାନେ ପଛୁଆ ବର୍ଗଙ୍କୁ ମନେ ପକାନ୍ତି । କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଚୟନ ହୁଏ ସେତେବେଳେ ବାହାରୁ ଲୋକ ଆଣିଥା'ନ୍ତି । ଆମେ ଯେଉଁ ପ୍ରସଙ୍ଗରେ ଚୁକ୍ତି କରିଥିଲୁ, ଗୋଟିଏ ବି କାମ ଶେଷ ହୋଇନାହିଁ ।"

ଓମ ପ୍ରକାଶ ଆହୁରି କହିଛନ୍ତି, 'ଉତ୍ତରପ୍ରଦେଶରେ ଶିକ୍ଷକଙ୍କ ଭର୍ତ୍ତି ସମୟରେ ପଛୁଆବର୍ଗଙ୍କ ହକ୍ ଲୁଟିଛନ୍ତି । ପଛୁଆବର୍ଗଙ୍କୁ ହକ୍ ନଦେଇ ବିଜେପି କେଉଁ ମୁହଁରେ ଭୋଟ୍ ମାଗିବାକୁ ଆସିବ । ସେମାନେ କେବଳ ଭୋଟ୍ ପାଇଁ ପଛୁଆବର୍ଗଙ୍କୁ ମନେ ପକାନ୍ତି । ଆମେ ଭାଗିଦାରୀ ସଙ୍କଳ୍ପ ମୋର୍ଚ୍ଚା ଗଠନ କରିଛୁ, ଯିଏ ୟୁପିରେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛି, ଆମେ ସେମାନଙ୍କ ସହ ଏକ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତ ।'

ପଛୁଆବର୍ଗଙ୍କ ଭୋଟ୍ କିପରି ପାଇବେ ସେଥିପାଇଁ କିଛି ପଛୁଆବର୍ଗର ନେତାଙ୍କୁ ଦିଲ୍ଲୀ ଡାକି ବିଜେପି ଆଶ୍ୱାସନା ଦେବା ଆରମ୍ଭ କରିଛି । ବିଜେପି (ଭାରତୀୟ ମିଥ୍ୟାବାଦୀ ପାର୍ଟି) ପଛୁଆବର୍ଗଙ୍କୁ କେବେ ହକ୍ ଦେବେ, ସାମାଜିକ ନ୍ୟାୟ କମିଟିର ରିପୋର୍ଟ କେବେ କାର୍ଯ୍ୟକାରୀ ହେବ ? ଯଦି କାର୍ଯ୍ୟକାରୀ କରା ନ ଯାଏ, ତେବେ 2022 ରେ ବିଦାୟ ବୋଲି କହିଛନ୍ତି ଓମ୍ ପ୍ରକାଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+