ନଭେମ୍ବର 9ରୁ କଂଗ୍ରେସର 'କ୍ଷେତି ବଞ୍ଚାଓ ଅଭିଯାନ'
ନଭେମ୍ୱର 9 ତାରିଖରୁ ଓଡ଼ିଶଆ ପ୍ରଦେଶ କଂଗ୍ରେସ କରିବ 'କ୍ଷେତି ବଞ୍ଚାଓ ଅଭିଯାନ' | ସକାଳ 9ଟାରୁ ଏକ ଟ୍ରାକ୍ଟର ରାଲି ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇ ପ୍ରତାପନଗରୀସ୍ଥିତ ଧାକୁଳେଇ ମନ୍ଦିର, 42 ମୌଜା ଓ ପ୍ରେସ୍ ଛକ ହୋଇ କଟକ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବ | ଏହି ରାଲିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ଼ ଏ ଚେଲାକୁମାର ଯୋଗ ଦେବେ |
ଭୁବନେଶ୍ୱର : ଆସନ୍ତା ନଭେମ୍ୱର 9 ତାରିଖରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କରିବ 'କ୍ଷେତି ବଞ୍ଚାଓ ଅଭିଯାନ' | ସକାଳ 9ଟାରୁ ଏକ ଟ୍ରାକ୍ଟର ରାଲି ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇ ପ୍ରତାପନଗରୀସ୍ଥିତ ଧାକୁଳେଇ ମନ୍ଦିର, 42 ମୌଜା ଓ ପ୍ରେସ୍ ଛକ ହୋଇ କଟକ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବ | ଏହି ରାଲିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ଼ ଏ ଚେଲାକୁମାର ଯୋଗ ଦେବେ | ତାଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଏକ ପ୍ରେସ୍ ରିଲିଜ୍ ଜାରି କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି |
ଅକ୍ଟୋବର ପ୍ରଥମ ସପ୍ତାହରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ଠାରେ ଐତିହାସିକ 'କ୍ଷେତି ବଞ୍ଚାଓ ଅଭିଯାନ' ଆରମ୍ଭ କରିଛନ୍ତି | ଏହାକୁ ଜାରି ରଖିବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି |

ଚଳିତ ନଭେମ୍ବର 14 ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ 131ତମ ଜନ୍ମବାର୍ଷିକୀ | ଏହି ଅବସରରେ 13 ତାରିଖ, ଶୁକ୍ରବାର ଦିନ ପିସିସି ପକ୍ଷରୁ ନେହେରୁଜୀଙ୍କ ଆଦର୍ଶ ଓ ରାଷ୍ଟ୍ର ଗଠନ ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜନ କରିବାକୁ ଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି | ଶୁକ୍ରବାର ଦିନ 10ଟାରେ କଂଗ୍ରେସ ଭବନ ଠାରେ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଦାସ ବେନହୁର ଯୋଗଦେଇ ନେହେରୁଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଉଦବୋଧନ ଦେବେ |
ସେହିପରି 14 ତାରିଖ ଅର୍ଥାତ୍ ନେହେରୁଙ୍କ ଜନ୍ମବାର୍ଷିକୀ ଦିନ ନେହେରୁଙ୍କ ଦ୍ୱାରା ସ୍ୱାବଲମ୍ବୀ ଭାରତ ଗଠନ ଉପରେ ସାମାଜିକ ଗଣମାଧ୍ୟମ(ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍) ମାଧ୍ୟମରେ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ହେବ | ଏଥିରେ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ କରୁଥିବା ଚେଷ୍ଟା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ପ୍ରେସ୍ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି |
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ, ବିଧାୟକ, ଛାମୁଆ ସଙ୍ଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା, ପୂର୍ବତନ ସାଂସଦ ଓ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କର ସହଯୋଗ କାମନା କରିଛନ୍ତି |
More From
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications