ବସ୍ ଯାତ୍ରା କରିବ କଂଗ୍ରେସ, ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ 40 ରୁ ଅଧିକ ନେତା
ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ସଜାଡ଼ୁଛି କଂଗ୍ରେସ । ନୂଆ ପ୍ରଭାରୀ ନିଯୁକ୍ତି ପରେ ଦଳ ନିଜର ମନୋବଳ ଦୃଢ କରିବା ସହ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ କାମ ଆରମ୍ଭ କରିଦେଲାଣି ।

ବିଧାନସଭା ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରୁଛି । ଗାଁ ଗାଁରେ ଘରେ ଘରେ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ବସ ଯାତ୍ରା କରିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ କଂଗ୍ରେସ ଶାସନ ସମୟରେ ହୋଇଥିବା ଲୋକାଭିମୁଖି ଯୋଜନାର ସଫଳତା କହି ଭୋଟ ହାତେଇବା ପାଇଁ ଚେଷ୍ଟା କରିବ ଦଳ ।
ଆସନ୍ତା 21 ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । 40 ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନସଭା କରିବେ କଂଗ୍ରେସ ନେତା । ଓଡିଶା ପ୍ରଭାରୀ ଅଜୟ କୁମାର ନେତାଙ୍କ ସହ ବୈଠକ କରି ଟିପ୍ସ ଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢିଯାଇଛି ।












Click it and Unblock the Notifications