ଓଡ଼ିଶା ବଞ୍ଚାଅ ସମାବେଶ କରିବ କଂଗ୍ରେସ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ଼ଗେ
ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗରୁ ଆକ୍ସନ ମୋଡ଼ରେ ଓଡ଼ିଶା କଂଗ୍ରେସ । ନୂଆ ପ୍ରଭାରୀ ନିଯୁକ୍ତ ହେବା ପରେ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ସହ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଜୋରଦାର ପ୍ରୟାସ କରୁଛି କଂଗ୍ରେସ । ଏ ନେଇ ଦଳର ଶୀର୍ଷ ନେତୃତ୍ୱମାନେ ରାଜ୍ୟ ଗସ୍ତ କରିବା ସହ ବିଭିନ୍ନ ସମାବେଶ କରିବାର ଯୋଜନା କରୁଛନ୍ତି । ଏଥି ମଧ୍ୟରେ ଆସନ୍ତା 29 ରେ ଓଡ଼ିଶା ବଞ୍ଚାଅ ସମାବେଶ କରିବ ଦଳ । ଏଥିରେ ସାମିଲ ହେବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଏହି ସମୟରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯିବ । ତେବେ ଆସନ୍ତା 29ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିବେ ଏବଂ ସମାବେଶରେ ଯୋଗ ଦେବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ସମାବେଶରେ ଉଦବୋଧନ ଦେଇ 2024 ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।












Click it and Unblock the Notifications