Get Updates
Get notified of breaking news, exclusive insights, and must-see stories!

ସରିଲା ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ମତଦାନ, 10 ତାରିଖରେ ହେବ ଭୋଟ୍ ଗଣତି

ଶେଷ ହୋଇଛି ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ| 10 ତାରିଖରେ ହେବ ଭୋଟ୍ ଗଣତି | ମୋଟ୍ 70 ପ୍ରତିଶତ ମତଦାନ |

ବାଲେଶ୍ୱର/ତିର୍ତ୍ତୋଲ : ଗତ 3 ତାରିଖରେ ଶେଷ ହୋଇଛି ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନ ମତଦାନ | ଆସନ୍ତା 10 ତାରିଖରେ ହେବ ଭୋଟ୍ ଗଣତି | ସନ୍ଧ୍ୟା 6ଟା ସୁଦ୍ଧା ବାଲେଶ୍ୱରରେ 70.69 ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ 69.99 ପ୍ରତିଶତ ମତଦାନ ହେଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ସୂଚନା ଦେଇଛନ୍ତି| କୋଭିଡ୍-19 ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ରରେ ବାଲେଶ୍ୱରରେ 34 ଜଣ ଭୋଟ୍ ଦେଇଛନ୍ତି | ତିର୍ତ୍ତୋଲ କୋଭିଡ୍-19 ମତଦାନ କେନ୍ଦ୍ରରେ 127 ଜଣ କରୋନା ଆକ୍ରାନ୍ତ ନିଜର ମତଦାନ କରିଛନ୍ତି | ଅପରପକ୍ଷରେ ବାଲେଶ୍ୱରରେ 124 ପରିବାର ଭୋଟ୍ ବର୍ଜନ କରିଛନ୍ତି |

Odisha-by poll

ସମସ୍ତ ଇଭିଏମ୍ ମେସିନ୍ ଗୁଡ଼ିକୁ ସେଣ୍ଟ୍ରାଲ ଆର୍ମ୍ଡ ପୋଲିସ୍ ଫୋର୍ସ ଏବଂ ରାଜ୍ୟ ଆର୍ମ୍ଡ ପୋଲିସ୍ ଫୋର୍ସଙ୍କ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଶ୍ରୀ ଲୋହାନି କହିଛନ୍ତି | ଏଥିସହିତ ସମସ୍ତ ଷ୍ଟ୍ରଙ୍ଗ ରୁମ୍ ଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଛି |

ସୂଚନାଯୋଗ୍ୟ, ଗତ 2019 ସାଧାରଣ ନିିର୍ବାଚନରେ ବାଲେଶ୍ୱର ବିଜେପି ପ୍ରାର୍ଥୀ 13,406 ଭୋଟ୍ ରେ ବିଜେଡି କୁ ପରାସ୍ତ କରିଥିଲେ | ସେହିପରି ତିର୍ତ୍ତୋଲରେ ବିଡେଡି ପ୍ରାର୍ଥୀ 40,386 ଅଧିକ ଭୋଟ୍ ରେ ବିଜେପିକୁ ହରାଇଥିଲେ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+