ଆସନ୍ତାକାଲି ପ୍ରକାଶ ପାଇବ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ; ସକାଳ 8ଟାରୁ ଭୋଟ୍ ଗଣତି
ଆସନ୍ତାକାଲି ପ୍ରକାଶ ପାଇବ ବାଲେଶ୍ୱର ସହର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ | ସକାଳ 8ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ | ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି | ଭୋଟ୍ ଗଣତି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ତିର୍ତ୍ତୋଲର ଏସଭିଏମ୍ କଲେଜରେ ବ୍ୟବସ୍ଥା କରାଯ
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ବାଲେଶ୍ୱର ସହର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ | ସକାଳ 8ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ | ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି | ଭୋଟ୍ ଗଣତି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ତିର୍ତ୍ତୋଲର ଏସଭିଏମ୍ କଲେଜରେ ବ୍ୟବସ୍ଥା କରାଯାଇଛି | ପ୍ରଥମେ ପୋଷ୍ଟାଲ ଭୋଟ୍ ଗଣାଯିବ | 8.30ରୁ ଇଭିଏମ୍ ଭୋଟ୍ ଗଣତି ଆରମ୍ଭ ହେବ |

ପ୍ରତ୍ୟେକ ଭୋଟ୍ ଗଣନା କେନ୍ଦ୍ରରେ 3ଟି କାଉଁଟର ରହିବ | ଗୋଟିଏରେ ପୋଷ୍ଚାଲ ଭୋଟ୍ ଏବଂ ଅନ୍ୟ ଦୁଇଟିରେ ଇଭିଏମ୍ ଭୋଟ୍ ଗଣତି କରାଯିବ | ପ୍ରତ୍ୟେକ କାଉଁଟରରେ 7ଟି ଲେଖାଏଁ ଟେବୁଲ ରହିବ | ପ୍ରତ୍ୟେକ ଟେବୁଲ ପାଇଁ ତିନି ଜଣ କାଉଁଟିଂ ପର୍ସନ, ଜଣେ ଲେଖାଏଁ କାଉଁଟିଂ ଆସିଷ୍ଟାଣ୍ଡ, କାଉଁଟିଂ ସୁପରଭାରଜର ଓ ମାଇକ୍ରୋ ଅବସରଭର ରହିବେ | ପ୍ରତ୍ୟେକ ପ୍ରାର୍ଥୀଙ୍କ ତରଫରୁ ଜଣେ ମାତ୍ର କାଉଁଟିଂ ଏଜେଣ୍ଟ ନିୟୋଜିତ କରିପାରିବେ | ଫଳାଫଳ ଦେଖିବା ପାଇଁ ଡିସ ପ୍ଲେ ବ୍ୟବସ୍ଥା କରାଯାଇଛି | ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି |
ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ଏହି ଭୋଟ୍ ଗଣତି କରାଯିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି |












Click it and Unblock the Notifications