Odisha Budget 2021 : ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ, କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି : ପ୍ରଦୀପ୍ତ ନାଏକ
ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ । କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି । ଭିତ୍ତିଭୂମି ଓ କର୍ମଯୋଗାଣ କରିବାର ବ୍ୟବସ୍ଥାର ଦୃଶ୍ୟ ବଜେଟରେ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।
ଭୁବନେଶ୍ୱର : ରାଜ୍ୟ ବଜେଟ୍ ପରେ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶାର ପରିକଳ୍ପନାର ବଜେଟ୍ ବୋଲି ମୁଁ ଅନୁଭବ କରି ପାରିଲି ନାହିଁ । ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ । କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି । ଭିତ୍ତିଭୂମି ଓ କର୍ମଯୋଗାଣ କରିବାର ବ୍ୟବସ୍ଥାର ଦୃଶ୍ୟ ବଜେଟରେ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।
ସେ ଆହୁରି ମଧ୍ୟ କହିଛନ୍ତି, ଯୁବକମାନଙ୍କୁ ଆକର୍ଷିତ କରିବାର ଯୋଜନା କଲେ ନାହିଁ । ପ୍ରବାସୀ ଓଡ଼ିଆମାନେ ଯେଉଁମାନେ ସରକାରଙ୍କ ଆକଳନ ଅନୁଯାୟୀ 12 ଲକ୍ଷ ଲୋକ ବାହାରେ ରୁହନ୍ତି ସେମାନଙ୍କୁ ରଖିବାକୁ ରାଜ୍ୟ ସରକାର ଯୋଜନା କଲେ ନାହିଁ । ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କିଛି ଗୁରୁତ୍ୱ ଦିଆଯାଉନାହିଁ । ଏହା କେନ୍ଦ୍ରକୁ ନିର୍ଭର କରୁଥିବା ବଜେଟ୍ ହୋଇଥିବାରୁ କେନ୍ଦ୍ର ସହୟତା କଥା ଉଲ୍ଲେଖ କରାଯାଇ ନାହିଁ । ଋଣ ବଢିବ । ସବୁବେଳେ ଅଧିକ ବଜେଟ୍ ଦେଖାଉ ଥିବାରୁ ସରକାର ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ।